୩ୟ ଚନ୍ଦ୍ରଶେଖର କପ୍ ଫୁଟବଲ୍ ଟୁର୍ନାମେଣ୍ଟର ଉଦଯାପନୀ ଦିବସ ରେ ଯୋଗ ଦେଲେ – ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ

୧୫ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚମ୍ପୁଆ :-> ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚମ୍ପୁଆ ନେହେରୁ ଷ୍ଟାଡିୟମ ଠାରେ ମୋର୍ନିଂଗ କ୍ଲବ୍ ଦ୍ବାରା ଆୟୋଜିତ ହୋଇଥିବା ୩ୟ ଚନ୍ଦ୍ରଶେଖର କପ୍ ଫୁଟବଲ୍ ଟୁର୍ନାମେଣ୍ଟ ରେ ବିଧାୟିକା ମିନାକ୍ଷୀ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ।

ଭଣ୍ଡା ସମିତି ସଭ୍ୟ ଶାଇବାଣୀ ନାଏକ୍, ରଙ୍ଗାମାଟିଆ ସରପଞ୍ଚ ମାଧୁରୀ ନାଏକ୍ ଓ ଚମ୍ପୁଆ ବିଜୁ ଜନତା ଦଳର ବ୍ଲକ୍ ସଭାପତି ଅଶୋକ ମହାନ୍ତ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଓ ଏହା ସହ ହଜାର ହଜାର କ୍ରୀଡ଼ା ପ୍ରେମୀ ଙ୍କ ଉତ୍ସାହ ଦେଖିବାକୁ ମିଳିଛି।ଏହି ଟୁର୍ନାମେଣ୍ଟର ଅନ୍ତିମ ଦିବସ ରେ ବିଜେତା ଟିମ୍ ବୈତରଣୀ ଚାର୍ଜର ୧,୬୦,୦୦୦ ଟଙ୍କା ପାଇଥିବା ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଓ ମେନକା FC ୧,୧୦,୦୦୦ ଟଙ୍କା ପାଇଥିବା ସହ ୨ୟ ସ୍ତାନ ଅଧିକାର କରିଥିଲେ

ଏବଂ ଜିର୍ପାନି fc ୬୫,୦୦୦ ଟଙ୍କା ପାଇ ୩ୟ ସ୍ଥାନ ଅଧିକାର କରିଥିଲେ। ଏହି ଟୁର୍ନାମେଣ୍ଟ ଟି କ୍ଲବର ସମସ୍ତ ସଦସ୍ୟଙ୍କ ପ୍ରଚେଷ୍ଟା ଯୋଗୁଁ ସଫଳତାର ସହ ପରିସମାପ୍ତି ଘଟିଛି ।ଶେଷରେ ମୁଖ୍ୟ ଅତିଥି ଶ୍ରୀମତି ମହାନ୍ତ ସମସ୍ତ ଫୁଟବଲ ପ୍ରେମୀ ,

ଭାଗ ନେଇଥିବା ଦଳ ଏବଂ ଆୟୋଜକ ମର୍ନିଂ କ୍ଲବର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ Tournamentର ଆହୁରି କିପରି ରାଜ୍ୟ ତଥା ରାଜ୍ୟ ବାହାରେ ଖ୍ୟାତ ଅର୍ଜନ କରିବ ସେଥିପ୍ରତି ଧ୍ୟାନ ଦେବେ ବୋଲି ତାଙ୍କର ଅଭିଭାଷଣରେ ବକ୍ତବ୍ୟ ଦେଇଥିଲେ ।

Exit mobile version