ଝୁମ୍ପୁରା ଠାରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

୧୫ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଝୁମ୍ପୁରା :-> ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝୁମ୍ପୁରା ଠାରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଯଥା-ଘରକୁ ଘର ପିଇବା ପାଣି ଯୋଗାଇବା,ମେଡିକାଲ କଲେଜର ପ୍ରତିଷ୍ଠା କରିବା,ଧରଣୀଧର କଲେଜକୁ University Collegeରେ ପରିଣତ କରିବା,

ସଂଯୋଗୀକରଣ ରାସ୍ତାର ନିର୍ମାଣ ତଥା ଝୁମ୍ପୁରା ଅଞ୍ଚଳର ସାମଗ୍ରିକ ବିକାଶ କିପରି ହୋଇପାରିବ ତାହା ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ଯୋଗଦେଇ ଜନସାଧାରଣଙ୍କୁ ତାଙ୍କର ମତବ୍ୟକ୍ତ ରଖିବା ସହ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କିପରି ପ୍ରତ୍ୟେକ ଘରେ ଘରେ ପହଞ୍ଚି ପାରିବ ଏବଂ ଜନ ସାଧାରଣ ତାହାର ଫାଇଦା ଉଠାଇ ନିଜ ନିଜର ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଉର୍ନତି ଘଟିବ ସେଥିପ୍ରତି ବିଧାୟିକା ମହୋଦୟା ବେଶ ଗୁରୁତ୍ବ ଦେଉଥିବାର ଦେଖିବାକୁ ମିଳିଥିଲା 

ଉକ୍ତ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ମାଧବ ସର୍ଦାର,ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ,ଘଷିପୁରା ବିଧାୟକ ଶ୍ରୀଯୁକ୍ତ ବଦ୍ରୀନାରାୟଣ ପାତ୍ର,ପାଟଣା ବିଧାୟକ ଶ୍ରୀଯୁକ୍ତ ଜଗନ୍ନାଥ ନାଏକ,SDC ଅଧ୍ୟକ୍ଷ ଏବଂ ସମବାୟ ବ୍ୟାଙ୍କ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ କାନନ ବାହାରୀ ପୋହୀ ସମେତ ସମସ୍ତ ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ଥିଲେ ।

ହଜାର ହଜାର ଜନସାଧାରଣଙ୍କ ଯୋଗଦାନ ବିଶେଷ କରି ମହିଳା ମାନେ ଯେଉଁ ଉତ୍ସାହ ସହକାରେ ପଦଯାତ୍ରାରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ତାହା ବେଶ ଉଲ୍ଲେଖନୀୟ ଥିଲା ।

Exit mobile version