ହରିଚନ୍ଦନପୁର ଠାରେ ଅନୁଷ୍ଠିତ ହୋଇଥିବା ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

୧୫ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ତେଲକୋଇ :-> ତେଲକୋଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିଚନ୍ଦନପୁର ଠାରେ ଅନୁଷ୍ଠିତ ହୋଇଥିବା ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରାରେ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ଯୋଗଦେଇ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା

କିପରି ପ୍ରତ୍ୟେକ ଘରେ ଘରେ ପହଞ୍ଚି ପାରିବ ଏବଂ ଜନ ସାଧାରଣ ତାହାର ଫାଇଦା ଉଠାଇ ନିଜ ନିଜର ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଉର୍ନତି ଘଟିବ ସେଥିପ୍ରତି ବିଧାୟିକା ମହୋଦୟା ବେଶ ଗୁରୁତ୍ବ ଦେଉଥିବାର ଦେଖିବାକୁ ମିଳିଥିଲା ।

ଉକ୍ତ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ମାଧବ ସର୍ଦାର,ମହିଳା ସଭାନେତ୍ରୀ ଶ୍ରୀମତି ରମଣୀ ନାୟକ,ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ,କରେଇ ବିଧାୟକ ଶ୍ରୀଯୁକ୍ତ ଅଶୋକ ବଳ,ଘଷିପୁରା ବିଧାୟକ ଶ୍ରୀଯୁକ୍ତ ବଦ୍ରୀନାରାୟଣ ପାତ୍ର,

ପାଟଣା ବିଧାୟକ ଶ୍ରୀଯୁକ୍ତ ଜଗନ୍ନାଥ ନାଏକ ଏବଂ ସମବାୟ ବ୍ୟାଙ୍କ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ କାନନ ବାହାରୀ ପୋହୀ ସମେତ ସମସ୍ତ ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ଥିଲେ ।ହଜାର ହଜାର ଜନସାଧାରଣଙ୍କ ଯୋଗଦାନ ବିଶେଷ କରି ମହିଳା ମାନେ ଯେଉଁ ଉତ୍ସାହ ସହକାରେ ପଦଯାତ୍ରାରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ତାହା ବେଶ ଉଲ୍ଲେଖନୀୟ ଥିଲା ।

 

Exit mobile version