୧୪ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ନୁଆଗଡ ବ୍ଳକ ବଡପଦା ଗ୍ରାମର ବାସଗୃହ ହିତଅଧିକାରୀ ସୁଲତା ରାଉଳଙ୍କ ଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଡିଓ ଲୋକନାଥ ଶବର, ସହକାରୀ ନିର୍ବାହୀ ଯନ୍ତୀ ପଦ୍ୟୁମ୍ନ କୁମାର ଦାସ, ସରପଞ୍ଚ ପ୍ରିୟାଙ୍କା ପାଣି, ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ସାହୁ, ସମିତିସଭ୍ୟ ମାନୁଏଲ ଛିଞ୍ଚାଣି, ଓ୍ବାର୍ଡସଭ୍ୟ/ ସଭ୍ୟା ପେଶା ବ୍ଳକ ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ ।
ପଞ୍ଚାୟତ ଏବଂ ବ୍ଳକ ପ୍ରଶାସନ ଉପସ୍ଥିତିରେ ସରକାରୀ ରାତିନୀତି ଅନୁଯାୟୀ ପରିବାରକୁ ଗୃହ ମଧ୍ୟରେ ପ୍ରବେଶ କରାଯାଇଥିଲା । ଏହି ପରିବାରକୁ ୨୦୨୩- ୨୪ ଆଥିକ ବର୍ଷାରେ ପ୍ରଧାନମନ୍ତୀ ଆବାସ ଯୋଜନାରେ ଘର ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହୋଇଥିଲା । ସେହି ଅର୍ଥରେ ଗୃହ ନିର୍ମାଣ କରି ପ୍ରବେଶ ଉତ୍ସବ ମାଧ୍ୟମରେ ପରିବାର ନୂତନ ଭାବେ ଗୃହ ମଧ୍ୟରେ ପ୍ରବେଶ କରିଥିବା କହାଯାଇଛି । ପକ୍କାଘର ପାଇଥିବାରୁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ପରିବାର ଲୋକେ ।
