ମିଷନ ଶକ୍ତି ସ୍କୁଟର ଯୋଜନାରେ ଶୁଭରମ୍ଭ

୧୪ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ନୁଆଗଡ ବ୍ଳକର ସଦଭାବନ ଗୃହରେ ବ୍ଳକ ତଳଫରୁ ମିଶନ ଶକ୍ତି ସ୍କୁଟର ଯୋଜନାରେ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅଭାସୀ ମଧ୍ୟମରେ ସିଧାସଳଖ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞାତା ଜଣାଇଥିଲେ ମିଶନ ଶକ୍ତି କାର୍ଯ୍ୟରତ ମହିଳା । ଏହି କାର୍ଯ୍ୟକ୍ରମରେ ବିଡିଓ ଲୋକନାଥ ଶବର, ସିଡିପିଓ ସୁରଥ୍ ପ୍ରଧାନ, ମିଶନ ଶକ୍ତି ସଂଯୋଜକ, ଓଡିଶା ଜୀବିକା ମିଶନ ବିପିଏମ୍ ,

ଏସ ବି ଆଇ ବ୍ୟାଙ୍କ ପରିଚାଳକ ସାଗର ଚନ୍ଦ୍ର ଖୋସଲେ, କାନାଡା ବ୍ୟାଙ୍କ ପରିଚାଳକ ରିତେଶ କହଁର , ବିସିସି ବ୍ୟାଙ୍କ ପରିଚାଳକ ଅରୁଣ କୁମାର ସାହୁ, ଓ୍ବାଇପି ଶୁଭ୍ରଜ୍ୟୋତି ସ୍ବାଇଁ ସମେତ ବ୍ଳକର ଏମବିକେ, ସିଆରପି, କୃଷି ମିତ୍ର, ପ୍ରାଣୀ ମିତ୍ର,ବ୍ୟାଙ୍କ ମିତ୍ର, ପଞ୍ଚାୟତ ଓ ବ୍ଳକସ୍ତରୀୟ ସଂଘର ନେତୃବର୍ଗ ଉପସ୍ଥିତ ଥିଲେ ।

ନୁଆଗଡ ବ୍ଳକରେ ତିନୋଟି ବ୍ୟାଙ୍କରେ ୨୭୮ ଜଣ ମିଶନ ଶକ୍ତି ମହିଳା ଆବେଦନ କରିଛନ୍ତି । ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୨ଜଣ ଏମବିକେ, ସିଆରପି,କୃଷି ମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର ଓ ଫେଡେରେଶନ ମହିଳା ସ୍କୁଟର ପାଇଥିବା ମିଶନ ଶକ୍ତି ବ୍ଳକ ସଂଯୋଜକ କହିଛନ୍ତି ।

Exit mobile version