
୧୪ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ ୬୩ ରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମେୟର ସୁଲୋଚନା ଦାସ ତପୋବନ ବିଜୁ ଆଦର୍ଶ କଲୋନୀ ରୁ ସାମିଲ ହୋଇ ଜାଗମରା ଗ୍ରାମ ପରିକ୍ରମା କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା କୁ ଗ୍ରାମର ବୁଦ୍ଧିଜୀବୀ ମାନେ ସ୍ବାଗତ ଜଣାଇଥିଲେ।

