ମୟୂରଭଞ୍ଜର ବଡ଼ସାହି ବ୍ଲକର ୪ ପଞ୍ଚାୟତ ରବିବାର ପର୍ଯ୍ୟନ୍ତ ସଟଡ଼ାଉନ – ବଡ଼ସାହି


ଓଡିଶା ତାଜା ନ୍ୟୁଜ୍ (୧୦ ଜୁଲାଇ ଶୁକ୍ରବାର) ମୟୂରଭଞ୍ଜର :- ବଡ଼ସାହି ବ୍ଲକ ଅଧୀନ ଯୋଗୀନୂଆଗାଁ ଗ୍ରାମରୁ ବୁଧବାର ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ପୂର୍ବରୁ ଟିଏମସି କେନ୍ଦ୍ରରୁ ଜଣେ ପ୍ରବାସୀଙ୍କ ୨ବର୍ଷର ଶିଶୁ ପୁତ୍ର ଚିହ୍ନଟ ହୋଇଥିବା ବେଳେ ବୁଧବାର ଚିହ୍ନଟ ଜଣଙ୍କ କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ଡ଼ାକ୍ତରଖାନା ଲିଙ୍କ ଅଟନ୍ତି। ତାଙ୍କ ପରିବାରର ଜଣେ ରୋଗୀ ସେଠାରେ ଚିକିତ୍ସା ହେଉଥିବା ବେଳେ ଆକ୍ରାନ୍ତ ଜଣଙ୍କ ରୋଗୀ ସହାୟକଙ୍କ ସଂସ୍ପର୍ଶରେ ଆସି ଅସୁସ୍ଥ ହୋଇଥିଲେ। ତାଙ୍କ ଠାରୁ ସଂଗୃହୀତ ନମୁନା ପଜିଟିଭ ଆସିବା ପରେ ପଞ୍ଚାୟତକୁ ସରପଞ୍ଚ ସୁମତି ନାଏକ ଶୁକ୍ରବାର ଦିନ ସଟଡ଼ାଉନ ଘୋଷଣା କରିଛନ୍ତି। ଫଳରେ ସପ୍ତାହାନ୍ତ ସଟଡ଼ାଉନକୁ ମିଶାଇ କ୍ରମାଗତ ୩ଦିନ ବା ୭୨ଘଣ୍ଟା ବନ୍ଦ ରହିବ।

ଏହି ପଞ୍ଚାୟତକୁ ମିଶାଇ ବଡ଼ସାହି, ବଳଭଦ୍ରପୁର ଓ ମାଣତ୍ରୀ ୪ଟି ପଞ୍ଚାୟତ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ସଟଡ଼ାଉନ ରହିବ। ସ୍ଥିତିରେ ଉନ୍ନତି ଦେଖା ଦେଲେ ସୋମବାର ସକାଳେ ଏହି ପଞ୍ଚାୟତ ସ୍ୱାଭାବିକ ହେବ। ବୁଧବାର ବଡ଼ସାହି ବ୍ଲକରୁ ୨୨ଜଣଙ୍କର ନମୁନା ସଂଗ୍ରହ ପରେ ଚିହ୍ନଟ ପାଇଁ ଯାଇଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କେହି କୋଭିଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ହୋଇ ନଥିବାରୁ ଗୁରୁବାର ସରକାରୀ ଭାବେ ଘୋଷଣା ହେବାକୁ ଥିବା ତାଲିକାରେ ବଡ଼ସାହିରୁ କେହି ଆକ୍ରାନ୍ତ ନଥିବେ। ଯାହାକି ଶୁଭସଙ୍କେତ, କ୍ରମାଗତ ଚିହ୍ନଟରୁ ରକ୍ଷା ମିଳିଛି। ସେହିପରି ବଡ଼ସାହି ଡ଼ାକ୍ତରଖାନା ବର୍ତ୍ତମାନ କୋଭିଡ଼ ନେଗେଭଟି ରିପୋର୍ଟ ଆସିଥିବା କର୍ମଚାରୀଙ୍କୁ ନେଇ କାମ ଚାଲିଛି । (ଦୀପ୍ତିମାନ୍ ପତି/ମୟୂରଭଞ୍ଜ)

Exit mobile version