
୧୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ବିଶିଷ୍ଟ ଯନ୍ତ୍ରୀ ଇଞ୍ଜିନିୟର ସ୍ବର୍ଗତଃ ପୁର୍ଣ୍ଣଚନ୍ଦ୍ର ରଥଙ୍କର ସ୍ମୃତି ଉଦେଶ୍ୟ ରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଶ୍ରୀ ରଥଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକୀର ଅବ୍ୟବହିତ ପୂର୍ବରୁ ତାଙ୍କ ଜନ୍ମମାଟି ଆଠଗଡ଼ ଅନ୍ତର୍ଗତ କଟକିଆ ସାହିର ପାଟେଣି ଗାଁ ସ୍ଥିତ ସର୍ପେଶ୍ୱର ବିଦ୍ୟାପୀଠ ଠାରେ ଆୟୋଜିତ ଏକ ସ୍ମୃତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ତାଙ୍କର ପ୍ରତିଭା ଓ ପାରଦର୍ଶିତା ସମ୍ପର୍କରେ ସ୍ମୃତି ଚରଣା କରିଥିଲେ। ଶ୍ରୀ ରଥଙ୍କର ପରିବାରବର୍ଗ ଙ୍କ ତରଫରୁ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସମାରୋହରେ ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ୱାଲର୍ଡ଼ ଓଡିଶା ସୋସାଇଟି ର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ,
