ନୂଆଗାଁ ବ୍ଲକ୍ ରେଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ

୩ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ହାଇସ୍କୁଲ ପଡ଼ିଆରେ ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲ ମୋଡ଼ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଜନ ସାଧାରଣ ଙ୍କ ଉନ୍ନତି ,ଅଞ୍ଚଳର ବିକାଶ ଆଦି ଲକ୍ଷ୍ୟ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଗାଁ ବ୍ଲକ୍ ୨୨ ଟି ପଞ୍ଚାୟତ କୁ ୫୦ ଲକ୍ଷ ହିସାବରେ ୧୧ କୋଟି ମଞ୍ଜୁର କରି ୩୬୯ ଟି ଉନ୍ନୟନ ମୂଳକ ପ୍ରକଳ୍ପ ହାତକୁ ନେଇଛନ୍ତି ।

ଏହି ଅର୍ଥ ନିଶ୍ଚିତ ଭାବେ ଜଗନ୍ନାଥ ସଂସ୍କୃତି , ବିଭିନ୍ନ ଗ୍ରାମାଞ୍ଚଳ ର ଉନ୍ନତି ଓ ପୁନରୁଦ୍ଧାର କାର୍ଯ୍ୟ ହେବ।ତେଣୁ ନୂଆଗାଁ ବ୍ଲକ୍ ର ଜନ ସାଧାରଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଏବଂ ଧନ୍ୟବାଦ୍ ଜଣାଇଛନ୍ତି।ଆଜିର କାର୍ଯ୍ୟକ୍ରମ ରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ବିଡ଼ିଓ ବାସୁଦେବ ନାୟକ, ତହସିଲଦାର ହେମନ୍ତ କୁମାର ନାୟକ,୧୭ ନଂ ଜିଲ୍ଲା ପରିଷଦ ପ୍ରତିମା ଦଳ ବେହେରା,୧୬ ନଂ ଜିଲ୍ଲା ପରିଷଦ ଜସ୍ମୀନ ଦାସ ଙ୍କ ସମେତ ୨୨ ଟି ପଞ୍ଚାୟତ ର ସରପଞ୍ଚ ,ସମିତି ସଭ୍ୟ ସଭ୍ୟା ଏବଂ ଏସ ଏଚ ଜି ମହିଳା ଗ୍ରୁପ ର ସଦସ୍ୟା ମାନେ ଉପସ୍ଥିତ ଥିଲେ।

Exit mobile version