ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

୩ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବେଗୁନିଆ ,ସିକୋ :-> ବେଗୁନିଆ ବ୍ଲକ ଅନ୍ତର୍ଗତ ଛତ୍ରପଡ଼ା ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ  ପ୍ରିତିଶ ବେଉରା ଅଧକ୍ଷତାରେ ଆୟୋଜିତ ଏହି ଶିବିରରେ ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସଂପ୍ରସାରଣ ଅଧିକାରୀଣୀ ପ୍ରଭାସିନୀ ପଣ୍ଡା, ଏ. ଏନ. ଏମ. ସବିତା ଦେଇ , ଆଶା କର୍ମୀ ସଂଯୁକ୍ତା ଚମ୍ପତି, ଶିକ୍ଷକ ଧନେଶ୍ଵର ଦଳାଇ, ଅଙ୍ଗନୱାଡ଼ି କର୍ମୀ ସୁଭାଷିନୀ ବେହେରା,

ରୀନା ବାଲା ପାଇକରାୟ, ସୁଜାତା ବଳିୟାରସିଂହ , ଏବଂ ସ୍କୁଲ୍ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଅତିଥି ମାନେ ମାନସିକ ସ୍ଵାସ୍ଥ୍ୟ ଓ ମାନସିକ ରୋଗ ସମ୍ପର୍କରେ ଆଲୋଚନା କରିଥିଲେ । ଛାତ୍ରୀ ବୈଶାଖି ବେହେରା ଓ ଭାଗ୍ୟଶ୍ରୀ ରଥ ବ୍ୟକ୍ତିଗତ ସ୍ଵାସ୍ଥ୍ୟ ଓ ସଚେତନତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ ଅଭିଭାବକ ତ୍ରିଲୋଚନ ବାଘସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version