ବ୍ଲକ ସ୍ତରୀୟ ଏକ ଦିବସୀୟ ଦିବ୍ୟାଙ୍ଗ ଖେଳକୁଦ ପ୍ରତିଯୋଗିତା

୩ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ରଣପୁର ଶିକ୍ଷା ବ୍ଲକର ବି.ସି. ହାଇସ୍କୁଲରେ ବ୍ଲକ ସ୍ତରୀୟ ଏକ ଦିବସୀୟ ଦିବ୍ୟାଙ୍ଗ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ମୁଖ୍ୟ ବକ୍ତା ଭାବେ ବି.ସି. ହାଇସ୍କୁଲର ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଙ୍ଗନାଥ ମିଶ୍ର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ଦେଇ ଓ ବିଦ୍ୟାଳୟର ବରିଷ୍ଠା ଶିକ୍ଷୟତ୍ରୀ ପ୍ରତିମେ ଦେବି ପ୍ରମୁଖ ଯୋଗ ଦେଇ ଅଭିଭାଷଣ ମାଧ୍ୟମରେ ପିଲାମାନଙ୍କ ଆତ୍ମ ବିଶ୍ୱାସ ବୃଦ୍ଧି କରିଥିଲେ  

ଏହି ଦିବ୍ୟାଙ୍ଗ ପିଲାମାନଙ୍କ ମଧ୍ୟରେ ଦୌଡ଼, ମ୍ୟୁଜିକ ଚେୟାର, ସଙ୍ଗୀତ, ଆଳୁ ଚାମଚ, ଚିତ୍ରାଙ୍କନ ଆଦି କ୍ଷେତ୍ରରେ ପ୍ରତିଯୋଗିତା କରାଯାଇ ଛାତ୍ରଛାତ୍ରମାନଙ୍କୁ ପୁରସ୍କୃତ କରଯାଇଥିଲା | ଏହି ଖେଳଗୁଡିକୁ ଖେଳ ଶିକ୍ଷକ ମନ୍ମଥନାଥ ମହାପାତ୍ର, ବିଶ୍ୱ ରଞ୍ଜନ ଇନ୍ଦ୍ରଜିତ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମର ବିଭିନ୍ନ ବିଦ୍ୟାଳୟରୁ ୧୨୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ | ସି.ଆର.ସି.ସି. ପବିତ୍ର ମୋହନ ସାମନ୍ତରାୟ, ରସାନନ୍ଦ ବେହୁରା, ସୁଶୀଲ କୁମାର ରଣା, ଜ୍ୟୋତି ରଞ୍ଜନ କର, ସଞ୍ଜୟ କୁମାର ବରାଡ଼, କୈଳାଶ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Exit mobile version