ଏମ୍ କେ ସି ଜି ସ୍ବତନ୍ତ ବିଦ୍ୟାଳୟରେ ବିଶ୍ବ ଦର୍ଶନ ଦିବସ ପାଳନ ହୋଇଥିଲା

୧୩ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି  :-> ଗଜପତି ଜିଲ୍ଲା ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ବଧିର, ମାନସିକ ପକ୍ଷଘାତ ସ୍ବତନ୍ତ ବିଦ୍ୟାଳୟ ଗୁରୁବାର ଦିବା ୨ ଘଟିକା ସମୟରେ ବିଶ୍ବ ଦର୍ଶନ ଦିବସ ପାଳିତ ହୋଇଥିଲା । ଉକ୍ତ ସଚେତନତା ସଭାରେ ବିଦ୍ୟାଳୟର ଉପସଭାପତି ଶ୍ରୀଯୁକ୍ତ ମନୋଜ କୁମାର ସାହୁ ସଭାପତିତ୍ବ କରିଥିବା ବେଳେ ଆଇନଜୀବି ଶ୍ରୀଯୁକ୍ତ ମଧୁସୁଦନ ପାଢୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ ବୀର ଯୋଗଦେଇ ବିଶ୍ବ ଦର୍ଶନ ଦିବସ ଉପରେ ଆଲୋକପାତ କରିଥିଲେ ।

ବିଦ୍ୟାଳୟର ସଂମ୍ପାଦକ ଶ୍ରୀଯୁକ୍ତ ଦଣ୍ଡାସି ସାହୁ ଛାତ୍ରଛାତ୍ରୀମାନଙ୍କୁ ବିଶ୍ବ ଦିବସର ଉପକାରିତା ଉପରେ ବୁଝାଇଥିଲେ । ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ବୃନ୍ଦ ଯୋଗଦେବା ସହିତ ବିଦ୍ୟାଳୟର ସହ ସଂମ୍ପାଦକ ଜୟ ପ୍ରକାଶ ପାଇକ ଯୋଗଦେଇଥିଲେ । ଉକ୍ତ ପବିତ୍ର ଦିବସକୁ ଅଧ୍ୟକ୍ଷ ଦାମଦର ଦାସ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ପରିଶେଷରେ ଛଛାତ୍ରଛାତ୍ରୀମାନଙ୍କୁ ସଭାର ସଭାପତି ଶ୍ରୀ ମନୋଜ କୁମାର ସାହୁ ମିଠା ବଣ୍ଟନ କରି ସଭା ସାଙ୍ଗ କରିଥିଲେ ।

Exit mobile version