ପୁରୀ ଶ୍ରୀକ୍ଷେତ୍ର ମହୋଉତ୍ସବ ଲାଗି ବନ୍ଦେ ଉତ୍କଳ ଲୋକ କଳା ଓ ଲୋକ ସଂସ୍କୃତି ମହାସଂଘ ପକ୍ଷରୁ ପ୍ରସ୍ତୁତି ବୈଠକ

୩ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ବନ୍ଦେ ଉତ୍କଳ ଲୋକ କଳା ଓ ଲୋକ ସଂସ୍କୃତି ମହାସଂଘ ପକ୍ଷରୁ ପୁରୀ ଶ୍ରୀ କ୍ଷେତ୍ର ମହୋଉତ୍ସବ ଲାଗି ଏକ ପ୍ରସ୍ତୁତି ବୈଠକ ମହାସଂଘ ର ରାଜ୍ୟ ସଭାପତି ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ବରେ ଭୁବନେଶ୍ୱର ସ୍ଥିତ ହୋଟେଲ୍ ସିଟି ରେସିଡେଣ୍ଟସି ଠାରେ ଅନୁଷ୍ଠିତ ହୋଇ ଅଛି । ମହାସଂଘ ର ପ୍ରସ୍ତାବିତ ବିଭିନ୍ନ କାର୍ଯ୍ୟ ପନ୍ଥା ବିଷୟରେ ଆଲୋଚନା କରାଯିବା ସହ ଆସନ୍ତା ଡିସେମ୍ବର ମାସ ୩୦ ଏବଂ ୩୧ ତାରିଖ ୨ ଦିନ ଧରି ପୁରୀ ଶ୍ରୀ କ୍ଷେତ୍ର ମହୋଉତ୍ସବ ପୁରୀ ଅର୍ଣ୍ଣ ପୁର୍ଣ୍ଣା ଭବନ ଠାରେ ପାଳନ କରାଯିବ ।

ଏହି ଉତ୍ସବ କୁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରୁ ଆସିଥିବା କଳା କାର ମାନଙ୍କ ଦ୍ଵାରା ବିଭିନ୍ନ ଲୋକ କଳା ପ୍ରଦଶର୍ନ ହେବା ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କଳା କାର ମାନଙ୍କୁ ସମ୍ମାନିତ କରାଯିବାକୁ ନିଷ୍ପତ୍ତି ହୋଇଅଛି । ଏହି ଉତ୍ସବ ପରିପେଖି ରେ ମହାସଂଘ ପକ୍ଷରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ର ରୁ ଏକ ଶୋଭା ଯାତ୍ରା ବାହାରି ନାମ ସଂକ୍ରିତନ୍ ସହ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ପର୍ଯ୍ୟନ୍ତ ଯିବାର କାର୍ଯ୍ୟ କ୍ରମ ରହିଛି ।

ଏହି ପ୍ରସ୍ତୁତି ବୈଠକ କ ରେ ମହାସଂଘ ର ସାଧାରଣ ସମ୍ପାଦକ ଶ୍ରୀ ଯୁକ୍ତ ବିନୋଦ କୁମାର ଭୋଇ ଉପସଭାପତି ପ୍ରସନ୍ନ ପାତ୍ର, ବଲାଙ୍ଗିର ଜିଲ୍ଲା ସମ୍ପାଦକ ମୀନକେତନ ପଧାନ, ବରଗଡ଼ ଜିଲ୍ଲା ସଭାପତି ବାସୁଦେବ ପଧାନ, ପରିଚାଳନା ସମ୍ପାଦିକା ରଶ୍ମି ସାମଲ , ପଶ୍ଚିମ ଓଡ଼ିଶା ସଭାପତି ଅମିଲ ପୁଟେଲ, ଉପଦେଷ୍ଟା ଲଡୁ କିଶ୍ୱର ପତିଆରି , ରାଜ୍ୟ ସଂଗଠକ ବିଜନ କୁମାର ମହାନ୍ତି, ଚନ୍ଦ୍ର ଶେଖର ସାମଲ ,ତ୍ରିନାଥ ପ୍ରଧାନ ଏବଂ ବଲାଙ୍ଗିର ଜିଲ୍ଲା ସଂଯୋଜକ ରସରାଜ ବୁଡେକ ପ୍ରମୁଖଙ୍କ ସମେତ ବହୁ କର୍ମ କର୍ତ୍ତା ଯୋଗ ଦେଇ ଥିଲେ ।

Exit mobile version