ମଣ୍ଡଳସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ସମାରୋହ ୨୦୨୩ – ୨୪ ଅନୁଷ୍ଠିତ

 ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସରକାରୀ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଠାରେ ମଣ୍ଡଳସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ସମାରୋହ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା ଯୋଗଦେଇ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ବିକାଶରେ କ୍ରୀଡା ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।

ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ, କବିତା ଦାଶ ପ୍ରମୁଖ ମଞ୍ଚାସିନ ଥିଲେ । ଦୌଡ଼, ଆଳୁ ଚାମଚ, ଗୀତ, ଚିତ୍ରାଙ୍କନ, ମ୍ୟୁଜିକ୍ ଚେୟାର ଆଦି ପ୍ରତିଯୋଗିତା ରେ ୧୨୦ ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ୩୦ ଜଣ ଛାତ୍ର ଛାତ୍ରୀ କୃତିତ୍ୱ ଅର୍ଜନ କରିଥିଲେ ।

କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ର ,ଛାତ୍ରୀ ଙ୍କୁ ସରପଞ୍ଚ, ବ୍ଲକ୍ ଶିକ୍ଷା ଅଧିକାରୀ,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସି ଆର ସି ସି କୈଳାସ ନାୟକ,ବି ଆର୍ ଟି ବିସ୍ମିତା ଗଡପଲା,ଇତିଶ୍ରୀ ତ୍ରିପାଠୀ,ବିଷ୍ଣୁପ୍ରିୟା ଦାଶ ପରିଚାଳନା କରିଥିଲେ ।

 

Exit mobile version