Home ଓଡ଼ିଶା ସହିଦ ବାଜି ରାଉତ ଙ୍କ ୮୫ ତମ ଶ୍ରାଦ୍ଧୋତ୍ସବ ପାଳିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଦେଶ ସେବା ନିମନ୍ତେ ନିଃସ୍ଵାର୍ଥପର ଭାବ ନେଇ ସ୍ଵତଃ ପ୍ରବୃତ ଭାବେ ଆଗେଇ ଆସିବାକୁ ଆହ୍ବାନ ୧୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନ :- ମାତ୍ର ୧୨ ବର୍ଷ ବୟସ ରେ ଦେଶ ମାତୃକାର ରକ୍ଷା ନିମନ୍ତେ ପ୍ରାଣବଳି ଦେଇ ମହାନ୍ ଦେଶ ଭକ୍ତ ତଥା ବିଶ୍ବର ସର୍ବ କନିଷ୍ଠ ସହିଦ ଭାବରେ ସବୁ ଦିନ ପାଇଁ ଚିର ସ୍ମରଣୀୟ ହୋଇ ରହିବେ ବୀର ବାଜି ରାଉତ । ସହିଦ ଙ୍କ ତ୍ୟାଗପୂତ ଜୀବନ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ସେବାରେ ନିଜକୁ ନିୟୋଜିତ କରିବାକୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବ ସମାଜ କୁ ଆହ୍ବାନ ଦେଇଥିଲେ। ବାଜି ରାଉତ ଙ୍କ ତ୍ୟାଗର ନିଦର୍ଶନ ସ୍ବରୂପ ନିଳକଣ୍ଠପୁର ଗ୍ରାମର ସାମଗ୍ରିକ ବିକାଶ ନିମନ୍ତେ ଅଧିକ ଧ୍ୟାନ ଦିଆଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଭୁବନ ବ୍ଲକ ଅନ୍ତର୍ଗତ ରକ୍ତତୀର୍ଥ ନିଳକଣ୍ଠପୁର ଗ୍ରାମରେ ବାଜି ରାଉତ ସ୍ମୃତି ପରିଷଦ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଶ୍ରାଦ୍ଧୋତ୍ସବରେ ସାଂସଦ ମହେଶ ସାହୁ ଉଦଘାଟକ ଭାବେ ଯୋଗ ଦେଇ ଦେଶ ସେବା ନିମନ୍ତେ ନିଃସ୍ଵାର୍ଥପର ଭାବ ନେଇ ସ୍ଵତଃ ପ୍ରବୃତ ଭାବେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ( ସାଧାରଣ), ଭୁବନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ଏନ୍ ଏ ସି ନଗରପାଳ ଶୁଭେନ୍ଦୁ କୁମାର ସାହୁ,କାମାକ୍ଷା ନଗର ଏନ୍ ଏ ସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡ଼ା,ମହୁଲପାଳ ( କଣପାଳ) ସରପଞ୍ଚ ଶ୍ରୀମତୀ ଲିପସା ରାଉତ ଯୋଗଦେଇ ସହିଦ ବାଜି ରାଉତ ଙ୍କ ସ୍ମୃତି ଚାରଣ କରି ତାଙ୍କର ମହାନତା ସମ୍ପର୍କରେ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଏହି ଅବସରରେ ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସ୍ବରୂପ ଆରକ୍ଷୀ ବାହିନୀ ତରଫରୁ ରାଷ୍ଟ୍ରୀୟ ସଲାମୀ ପ୍ରଦାନ କରାଯାଇଥିଲା । ବାଜି ରାଉତ ଙ୍କ ଦାୟଦ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସତ୍ୟ ନାରାୟଣ କର ସଭା ପରିଚାଳନା କରିଥିବା ବେଳେ ସ୍ମୃତି ପରିଷଦ ସଭାପତି କୋଦଣ୍ଡଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ବ୍ରାହ୍ମଣୀ ନଦୀରେ ତିଳ ତର୍ପଣ କରାଯାଇଥିଲା ଓ ସହିଦ ସ୍ମୃତି ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିଳକଣ୍ଠପୁର ଗ୍ରାମବାସୀ ଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇଥିଲେ । Categories: ଓଡ଼ିଶା, ଢେଙ୍କାନାଳ, ଦେଶ, ହୋମ୍ Related Content ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର : ବଡ଼ସାହିରେ ଚାଞ୍ଚଲ୍ୟ, ଘଟଣାର ତଦନ୍ତ ଆରମ୍ଭ by Proprietor Abhimanyu Maharana September 18, 2026 ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ by Proprietor Abhimanyu Maharana September 18, 2026 London hosts”Yoga : An Appeal For Peace “Programme" by Proprietor Abhimanyu Maharana September 18, 2026 ଦିଲ୍ଲୀର ବିକାଶପୁରୀଠାରେ ଗଣେଶ ମହୋତ୍ସବ ଆୟୋଜନ by Proprietor Abhimanyu Maharana September 18, 2026 ଦିଲ୍ଲୀର ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ଗଣେଶ ପୂଜା ଆୟୋଜନ by Proprietor Abhimanyu Maharana September 18, 2026 ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ by Proprietor Abhimanyu Maharana September 18, 2026