
୧୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :- ଜୟନ୍ତୀ ଠାରୁ ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ବିଜେଡ଼ିର ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଥିଲା । ତେଣୁ ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଵିଜାତଳା ବ୍ଳକର ବିଜାତଳା ଓ ନୁସାଡ଼ିହି ପଞ୍ଚାୟତର ବଡ଼ଚମ୍ପାଉଦା ଗ୍ରାମରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା ବ୍ଳକ ସଭାପତି ତଥା ପ୍ରାକ୍ତନ ଅଧ୍ଯକ୍ଷ ମାଝିଆରାମ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପଦଯାତ୍ରାରେ ପୂର୍ବତନ ବିଜାତଳା ବ୍ଳକ ଅଧ୍ୟକ୍ଷ ନିମାଇଁ ଚରଣ ମୁର୍ମୁ , ସୁକାନ୍ତି ମୁର୍ମୁ , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ପର୍ବତି ଟୁଡୁ ଏବଂ ରାମଚନ୍ଦ୍ର ମୁର୍ମୁ , ମହିଳା ପ୍ରେସିଡେଣ୍ଟ ରଶ୍ମିରେଖା ମହାନ୍ତ,ଲୁସାଡ଼ିହି ସରପଞ୍ଚ ଦୁର୍ଗା ଚରଣ ହେମ୍ବ୍ରମ , ପଞ୍ଚାୟତ ସମିତି ମେମ୍ବର ବାସନ୍ତୀ ମାଝୀଙ୍କ ସହ ଶତାଧିକ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀସଦସ୍ୟ,କୃଷକ,ଛାତ୍ର,ଦିବ୍ଯାଙ୍ଗ, ଗାଁ ମୁରବି ଯୋଗ ଦେଇଥିଲେ ।

