ଲାଇଲମ ଘାଟୀ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର

ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର ମୟୁରଭଞ୍ଜ ଜିଲ୍ଲା ତିରିଂଥାନା ଝରାଡିହି ଫାଣ୍ଡି ଅନ୍ତର୍ଗତ ଲାଇଲମଘାଟୀ ଜଙ୍ଗଲ ମଧ୍ୟରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ତିରିଂ ଥାନା ପୁଲିସ୍। ସୂଚନା ଅନୁସାରେ ଲାଇଲମଘାଟୀ ନିକଟସ୍ଥ କୁଲଡିହା ଗ୍ରାମର କିଛି ମହିଳା ଜଙ୍ଗଲ ମଧ୍ୟକୁ ଜାଣେଣୀ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଗଳିତ ମୃତଦେହ ଦେଖି ଗ୍ରାମରକ୍ଷୀ’ଙ୍କୁ ଖବର ଦେଇଥିଲେ। ପରେ ଗ୍ରାରକ୍ଷୀ’ଙ୍କ ଠାରୁ ଖବର ପାଇ ଝରାଡିହି ଫାଣ୍ଡି ଅଧିକାରୀ ବିଜୟ କୁମାର ନାୟକ ଘଟଣାସ୍ଥଳ କୁ ପହଞ୍ଚି ଥିଲେ।

ପରେ ତିରିଂଥାନା ଅଧିକାରୀ ଭାଷ୍କର ପ୍ରଧାନ ଓ ବହଳଦା ତହସିଲଦାର ପରମାନନ୍ଦ ଖଣ୍ଡେଇ ମାଜିଷ୍ଟ୍ରେଟ୍ ଭାବେ ଘଟଣାସ୍ଥଳକୁ ପହଞ୍ଚିଥିବାବେଳେ ତାଙ୍କ ଉପସ୍ଥିତିରେ ଦେହାବଶେଷ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଉଦ୍ଧାର ହୋଇଥିବା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତ ଦେହ ଟି ପୁରୁଷ ଲୋକଙ୍କ ବୋଲି ଜଣାପଡିଛି। ଏନେଇ ତିରିଂ ଥାନାରେ କେଶ୍ ନଂ ୧୯/୨୩’ ରେ ଏକ ମାମଲା ରୁଜୁ କରାଯାଇ ଘଟଣା ର ଅଧିକ ତଦନ୍ତ ଜାରି ରଖିଛି ତିରିଂ ଥାନା ପୁଲିସ୍।

Exit mobile version