୧୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଶନିବାର ଯାତ୍ରାର ୨୦ତମ ଦିବସରେ ୨୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି । ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୨ଟି ପ୍ରମୁଖ ଜିଲ୍ଲା ସୁନ୍ଦରଗଡ ଏବଂ ଗଞ୍ଜାମ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୫ଟି କଲେଜ ଗସ୍ତ କରି ୩୭୩ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୨୯ଟି ଆଇଡିଆ ସଂଗ୍ରହ କରିଛି ।
ବୁଧବାର ଷ୍ଟାର୍ଟଅପ୍ ଯାତ୍ରା ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ମହିଳା ମହାବିଦ୍ୟାଳୟ, ସରକାରୀ ଡିଗ୍ରୀ କଲେଜ ଓ ପଞ୍ଚାୟତ ସମିତି ଡିଗ୍ରୀ କଲେଜ ପରିଦର୍ଶନ କରିଥିବା ବେଳେ ଭ୍ୟାନ୍ ଗଞ୍ଜାମ ଜିଲ୍ଲାର ଗାନ୍ଧୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଏସବିଆର୍ ସରକାରୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟ ପରିଦର୍ଶନ କରିଥିଲା।
ବର୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୭୮ଟି କଲେଜ୍ ଏବଂ ୬୧ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୨୪,୩୩୨ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୨୩୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି । ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି । ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ଏହାର ଯାତ୍ରାକୁ ଆଗକୁ ବଢ଼ାଇ ଅକ୍ଟୋବର ୧୨ (ଗୁରୁବାର) ସମ୍ବଲପୁର, ନୟାଗଡ଼, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାସ୍ତରରେ ଉଦ୍ୟୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବ।
ଗୁରୁବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ସମ୍ବଲପୁର ଜିଲ୍ଲାର ସରକାରୀ ଆଇଟିଆଇ (ହୀରାକୁଦ), ସରକାରୀ ଆଇଟିଆଇ (ରସନପୁର) ଓ ମହିଳା ମହାବିଦ୍ୟାଳୟ ପରିକ୍ରମା କରିବ। ନୟାଗଡ଼ ଜିଲ୍ଲାର ବିଏସ୍ କଲେଜ ଦଶପଲ୍ଲା ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ (ଜୁନିୟର) କଲେଜ ପରିଦର୍ଶନ କରିବ। ଗଞ୍ଜାମ ଜିଲ୍ଲାର ବାଲୁଙ୍କେଶ୍ୱର ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟ ଓ ଆରସିଏମ୍ ବିଜ୍ଞାନ ମହାବିଦ୍ୟାଳୟ ପରିଦର୍ଶନ କରିବାକୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଏହି ଭ୍ୟାନ୍ ସରକାରୀ ମହିଳା ମହାବିଦ୍ୟାଳୟ,