ମୋହନାରେ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ନିମନ୍ତେ ଶିଶୁ ବିକାଶ ପ୍ରକଳ୍ପ ଦ୍ଵାରା ସଚେତନତା ସଭା

୧୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି   :-> ଗଜପତି ଜିଲ୍ଲା ମୋହନା ଶିଶୁ ବିକାଶ ପ୍ରକଳ୍ପ ଦ୍ଵାରା ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ବିଭାଗ ପକ୍ଷରୁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସ୍ଥାନୀୟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଲଳିତା ମଲ୍ଲିକ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସମସ୍ତ ଅଙ୍ଗନୱାଡ଼ି କର୍ମୀ, ସୂପରଭା ଇଜର, ସାମ୍ବାଦିକ, ସରପଞ୍ଚ, ଗ୍ରାମ ମୁଖିଆ, ବିଭାଗ କର୍ମଚାରୀ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟରତ କର୍ମୀଙ୍କ ଦ୍ଵାରା ବାଲ୍ୟ ବିବାହ ମୁକ୍ତ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରିବା ସହ ଆଇନ କାନୁନ୍ ସମ୍ପର୍କରେ ବୁଝାଇଥିଲେ। ଏହି କାର୍ଯ୍ୟ କୈଳାସ ସତ୍ୟାର୍ଥୀ ଚିଲ୍ଡରେନ୍ସ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ହୋଇଥିଲା। ଏହାର ସ୍ଲୋଗାନ ଥିଲା ସୁରକ୍ଷିତ ପିଲା ଦିନ ସୁରକ୍ଷିତ ଭାରତ। ଏହା ମାଧ୍ୟମରେ ଭାରତରୁ ବାଲ୍ୟ ବିବାହ ମୁକ୍ତ କରିବା ନିମନ୍ତେ ସଚେତନ କାର୍ଯ୍ୟକ୍ରମ କରାଯାଉଥିବା ବିଭାଗୀୟ ଅଧିକାରିଣୀ ଲଳିତା ମଲ୍ଲିକ ପ୍ରକାଶ କରିଛନ୍ତି।

Exit mobile version