ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ” ଅନୁଷ୍ଠିତ

୧୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଜି ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ-୨୦୨୩” ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ଭବାନୀପାଟଣା ଉପଜିଲ୍ଲାପାଳ ଡ଼.ବିଶ୍ୱଜିତ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରୂପେଶ ହୋତା, ସଦସ୍ୟ ସଞ୍ଜୟ କୁମାର, ଭାରତ ପଣ୍ଡା, ଅଶୋକ ଚୌଧୁରୀ, ସଦସ୍ୟା ବସନ୍ତ ପଟ୍ଟନାୟକ, କିଶୋର ନ୍ୟାୟ ବୋର୍ଡର ସଦସ୍ୟା ଭବାନୀ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ମହକ କାର୍ଯ୍ୟକ୍ରମରେ ଜିଲ୍ଲାର ୧୩ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ଦୁଇଶହ ଅନ୍ତେବାସୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଅନ୍ତେବାସୀ ମାନଙ୍କ ମଧ୍ୟରେ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗରେ କୁଇଜ, ଚିତ୍ରଙ୍କନ, ବକ୍ତୃତା, ଏକକ ସଙ୍ଗୀତ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲାପାଳ ପି.ଅନ୍ୱେଶା ରେଡ୍ଡୀ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଓ ସଦସ୍ୟ, କିଶୋର ନ୍ୟାୟ ବୋର୍ଡ ସଦସ୍ୟା, ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ଶିଶୁ ମଙ୍ଗଳ ସମିତି ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଅତିଥି ଭାବରେ ଯୋଗଦେଇ କୃତି ଅନ୍ତେବାସୀ ମାନଙ୍କୁ ପୁରସ୍କୃତ କରିଥିଲେ।

ବରିଷ୍ଠ ଓ କନିଷ୍ଠ ବିଭାଗରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅନ୍ତେବାସୀ ବରିଷ୍ଠ ବିଭାଗର ଚିତ୍ରାଙ୍କନରେ ପ୍ରଥମ ଡମ୍ବରୁ ମାଝୀ, ଏକକ କଣ୍ଠ ସଂଗୀତରେ ଭୂମିସୁତା ନାଏକ, ବକ୍ତୃତାରେ ସୁରମା ଜାଲ, କୁଇଜରେ ଦେବକି ନାଏକ, ଦଳଗତ ନୃତ୍ୟରେ ନେହେରୁ ସେବା ସଂଘ ଓ କନିଷ୍ଠ ବିଭାଗରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଚିତ୍ରାଙ୍କନରେ ମଣ୍ଟୁ ମାଝୀ, ଏକକ କଣ୍ଠ ସଂଗୀତରେ ଶମ୍ଭୁ ମାଝୀ, ବକ୍ତୃତାରେ ଗୋବିନ୍ଦ ଦାଶ, କୁଇଜରେ ଗୁଲଶନ କୁମାର ଓ ଦଳଗତ ନୃତ୍ୟରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ମହକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଏହି ଅବସରରେ ଆନ୍ତଃର୍ଜାତିକ ଶିଶୁ କନ୍ୟା ଦିବସ ମଧ୍ୟ ଅୟୋଜିତ ହୋଇଥିଲା ଓ ଜିଲ୍ଲାର ୧୩ ଗୋଟି ବ୍ଲକର ବୋର୍ଡ, ସିବିଏସଇ ଓ ଆଇସିଏସଇ ପରୀକ୍ଷାରେ ଦଶମ ଶ୍ରେଣୀରେ ବ୍ଲକରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ସହ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଭାରପ୍ରାପ୍ତ ଆନୁଷ୍ଠାନିକ ଯତ୍ନ ଅଧିକାରୀ ଅଂଶୁମାନ ବାବୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଣ ଆନୁଷ୍ଠାନିକ ଯତ୍ନ ଅଧିକାରୀ ରାଜଲଷ୍ମୀ ଦାଶ, ଶୁଭାଶିଷ ପାଣିଗ୍ରାହୀ, ସୁଧାଂଶୁ ମହାପାତ୍ର, ପ୍ରତୀକ ପଟ୍ଟନାୟକ, ଜୟଶ୍ରୀ ପାଣି, ଗୁରୁ ପ୍ରସାଦ ନାଏକ, ଅବିନାଶ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

Exit mobile version