ନାଚୁଣୀ ମହାବିଦ୍ୟାଳୟ ଇତିହାସ ବିଭାଗର ଆଲୋଚନା ଚକ୍ର

୧୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା  :-> ନାଚୁଣୀ ମହାବିଦ୍ୟାଳୟ ଡିଗ୍ରୀ ଶ୍ରେଣୀ (+୩) ଇତିହାସ ବିଭାଗ ଆନୁକୂଲ୍ୟରେ ମୋର୍ଯ୍ୟ ସାମ୍ରାଜ୍ୟ ଓ ଚନ୍ଦ୍ରଗୁପ୍ତ ମୈ।ର୍ଯ୍ୟ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ଡଃ କବିତା ଦେବୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ଶାନ୍ତନୁ କୁମାର ମିଶ୍ର ମୁଖ୍ୟ ଅତିଥି,

ଅଧ୍ୟାପକ ବିଜୟ କୁମାର ଶତପଥୀ, ଡଃ ପ୍ରଜ୍ଞା ପାରମିତା ପାତ୍ର, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାରଗର୍ଭକ ଆଲୋଚନା ରେ ଭାଗ ନେଇଥିବା ବେଳେ +୩ର ଛାତ୍ରୀ ମଧୁସ୍ମିତା ବିଶ୍ବାଳ, ବିନୋଦିନୀ ମୁଦୁଲି ସ୍ଵଲିଖିତ ସନ୍ଦର୍ଭ ପାଠ କରିଥିଲେ। ପରିଶେଷରେ ଶିକ୍ଷକ ଅଶୋକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।


 

Exit mobile version