ଆନ୍ତର୍ଜାତୀୟ ବାଳିକା ଦିବସରେ ବାଳିକା ମେଧା ସମ୍ଵର୍ଦ୍ଧନା ଉତ୍ସବ

୧୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା  :-> ଚିଲିକା ବ୍ଲକ୍ ଅନ୍ତର୍ଗତ ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ, ଵିରିବାଡି ଓ ସାରିଆ ଭଗବାନ ମହତ୍ୱ ମେମୋରିଆଲ ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ଆଜି ବୁଧବାର ଆନ୍ତର୍ଜାତୀୟ ବାଳିକା ଦିଵସ ଅବସରରେ ଏକ ବାଳିକା ପ୍ରତିଭା ସମ୍ଵର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବ ମାନ୍ୟଗଣ୍ୟ ଅତିଥି ମାନଙ୍କ ଗହଣରେ ପବିତ୍ର ଜଗନ୍ନାଥଷ୍ଟକ ଉଚ୍ଚାରଣ ଓ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିଲା ।

ଟ୍ରଷ୍ଟ ର ସମ୍ପାଦକ ତଥା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୁନା ମହତ୍ତ୍ଵ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ବତ ସମାବେଶରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ଓ ନାଟ୍ୟକାର ତଥା ଵରିଷ୍ଠ ସାମ୍ବାଦିକ ଭିକାରୀ ଚରଣ ପ୍ରଧାନ, ମୁଖ୍ୟବକ୍ତା ଭାବେ ଶିକ୍ଷୟିତ୍ରୀ ଶର୍ମିଷ୍ଠା ଦେଈ, ସମ୍ମାନିତ ଅତିଥି ଭାବେ ଟୁଇଟି ଵାର୍ଡ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଅଧ୍ୟକ୍ଷ ତଥା ଟ୍ରଷ୍ଟି ସଭ୍ୟ ସୁରେଶ ଚନ୍ଦ୍ର ଦାଶ, ସେଣ୍ଟ ଜନ୍ ଆମ୍ବୁଲାନ୍ସ ର ଆଜୀବନ ସଦସ୍ୟ ତଥା ସମାଜସେବୀ ଅନନ୍ତ ଚରଣ ଖଟେଇ,ଯୁବ ସାମ୍ବାଦିକ ସଂଗ୍ରାମ କେଶରୀ ରଣା,ଡିଏଭି ଗୁରୁ କୁଳ, ବାଲୁଗାଁ ର ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର ,

ସେକ୍ କୈ।ଶର୍ ପ୍ରମୁଖ ଯୋଗଦେଇ ଆନ୍ତର୍ଜାତୀୟ ବାଳିକା ଦିଵସ ପାଳନର ଇତିହାସ, ତାତ୍ପର୍ଯ୍ୟ, ବାଳିକା ମାନଙ୍କ ର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରି ଛାତ୍ରୀ ମାନଙ୍କୁ ସେମାନଙ୍କ ର ମୈ।ଳିକ ଆବଶ୍ୟକତା ପୂରଣ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଅତିଥି ମାନଙ୍କୁ ଛାତ୍ରୀ ମାନଙ୍କ ଦ୍ବାରା ସୁଲଳିତ ସ୍ବାଗତ ସଙ୍ଗୀତ ଗାନ ପରେ ଯଥା ବିଧି ଉତ୍ତରୀୟ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଛାତ୍ରୀ ମାନଙ୍କୁ ସେମାନଙ୍କ ର ଅଭିଭାଷଣ, ନ୍ରୃତ୍ୟ,କଣ୍ଠ ସଙ୍ଗୀତ,ସ୍ରୃଜନାତ୍ମକ ଲିଖନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ସୁଅଵସରରେ ଆଗାମୀ ବିଶ୍ଵ ନାଟ୍ୟ ମେଳା ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ର ଯୋଗଦାନ ପାଇଁ ଆସିଥିବା ନିମନ୍ତ୍ରଣ କ୍ରମେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କ ରଚିତ ଏବଂ କୁନା ମହତ୍ତ୍ଵ ଙ୍କ ନିର୍ଦ୍ଦେଶିତ ନାଟକ ଫେରାଇ ଦିଅ ମୋ ପିଲାଦିନ ର ପାଣ୍ଡୁଲିପି ପୂଜା କରାଯାଇଥିଲା । ଅନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ ଲୋକନାଥ ପାଇକରାୟ, ପ୍ରତାପ ଚନ୍ଦ୍ର ମହାପାତ୍ର, କ୍ଷିରୋଦ କୁମାର ସାହୁ, ପ୍ରକାଶ ଚନ୍ଦ୍ର ଦାଶ, ସୁଧାଂଶୁ କୁମାର ଦାସ ପ୍ରମୁଖ ସହାୟତା କରିଥିବା ବେଳେ ପ୍ରଧାନ ଶିକ୍ଷକ କୁନା ମହତ୍ତ୍ଵ ଧନ୍ୟବାଦ ପ୍ରଦାନ କରିଥିଲେ ।

 

Exit mobile version