ଓଡ଼ିଶାରେ ୩,୧୪,୯୮୭ ଟି ନମୁନା ପରୀକ୍ଷା କରାଯାଇଛି । ୧୧,୨୦୧ ଜଣ ପଜିଟିଭ୍‌ ଚିହ୍ନଟ,୭୪୦୭ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ , ୫୨ ଜଣ ରୋଗୀଙ୍କର ମୃତ୍ୟୁ

ଓଡିଶା ତାଜା ନ୍ୟୁଜ୍ (୦୯ ଜୁଲାଇ ଗୁରୁବାର ) ଭୁବନେଶ୍ୱର :- ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା – କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଦିଗରେ ଏକ ଉଲ୍ଲେଖନୀୟ ସଫଳତା ଭାବେ ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୪୦୧ ଜଣ କୋଭିଡ୍‌ ରୋଗୀ ସୁସ୍ଥ ହୋଇଛନ୍ତି । ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୩,୧୪,୯୮୭ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୧,୨୦୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୭୪୦୭ ଜଣ ରୋଗୀ ସଂ ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଡାକ୍ତରଖାନାରୁ ଫେରିଛନ୍ତି । ୫୨ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୩୭୨୭ ରହିଛି । ୪,୧୨୮ ଜଣ ହସ୍‌ ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

Exit mobile version