
୧୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ରାଜ୍ୟ ସମବାୟୁ ଖାଉଟି କଲ୍ୟାଣ ଏ ଉର୍ଚ ଶିକ୍ଷା ମନ୍ତ୍ରୀ ଅତନୁ କଲ୍ୟାଣ ସବ୍ୟସାଚୀ ନାୟକ ଆଜି ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ସରକାରୀ କାର୍ଯ୍ୟର ଉଦ୍ଘାଟନ କରିଥିଲେ । ହେଲିକପ୍ଟରରେ ମୋହନା ହାଇସ୍କୁଲ ପଡିଆରେ ସକାଳ ୯ଟାରେ ଅବତରଣ କରିବା ପରେ ସେ ମୋହନା ଅନୁଗ୍ରହପୀଠରେ ଏକ କର୍ମୀ ସମ୍ମଳନୀକୁ ସମ୍ବୋଧିତ କରିଥିଲେ ।
ସେଠାରେ କିଛି ଦିନ ପୂର୍ବେ ମୃତ୍ୟୁ ହୋଇଥିବା ବରିଷ୍ଠ ବିଜେଡି ସଙ୍ଗଠକ ପ୍ରଶାନ୍ତ ନାୟକଙ୍କ ଫୋଟଚିତ୍ରରେ ପଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ପରେ ମୋହନା ଆଇସିଡିଏସ୍ ବିଭାଗର ନୂତନ କୋଠା, ଚିକିଟି – ଖେମୁଣ୍ଡି ହଳଦିଆ ତୈଳିକ ବୈଶ ସମାଜର ସଭାପତି ଶ୍ରୀ ଦଣ୍ଡାସି ସାହୁ ସମାଜ ପାଇଁ କୋଠଗୃହ ଓ ଶଶ୍ମାନ ଗୃହ ନିର୍ମାଣ ପାଇଁ ଅନୁଦାନ ଅର୍ଥ ପାଇଁ ମାନ୍ୟବର ମଖ୍ୟମନ୍ତୀଙ୍କ ନବିନ ପଟ୍ଟନାୟକ ଉଦେଶ୍ୟରେ ମାନ୍ୟବର ଯୋଗାଣ ଖାଉଟି ମନ୍ତ୍ରୀକୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।
