ଚୌଦ୍ୱାର ଜେଲରେ ୮ କରୋନା ପଜିଟିଭ – କଟକ ଜିଲ୍ଲା


ଓଡିଶା ତାଜା ନ୍ୟୁଜ୍ (୦୯ ଜୁଲାଇ ଗୁରୁବାର ) କଟକ ଜିଲ୍ଲା :- କଟକ ଜିଲ୍ଲା ର ଚୌଦ୍ବାର ମଣ୍ଡଳ ଜେଲ୍‌କୁ ଏବେ ବ୍ୟାପିଲା କରୋନା, ଆଜି ୮ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ସମସ୍ତ କରୋନା ଆକ୍ରାନ୍ତଙ୍କୁ ଆଜି କୋଭିଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି, ଏଥି ସହ କିପରି କରୋନା କୁ ରୋକାଯାଇପାରିବ ସେଥିନେଇ କାର୍ଯ୍ୟ ପନ୍ଥା ଗ୍ରହଣ କରାଯାଇଛି ବୋଲି ଜେଲ୍‌ କତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅପରପକ୍ଷରେ ଚୌଦ୍ବାର ଜେଲ୍‌ରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଅନ୍ତେବାସୀଙ୍କ ମଧ୍ୟରେ କୋକୁଆ ଭୟସୃଷ୍ଟି ହୋଇଛି ।

କରୋନା ଆକ୍ରାନ୍ତ ହେବା ଜଣା ପଡିବାପରେ ଜେଲ୍‌ ଭିତରେ ଅନ୍ତେବାସୀମାନେ ନିଜର ସୁରକ୍ଷା କୁ ନେଇ ଆଶଙ୍କାରେ ରହିଛନ୍ତି । ଜେଲ୍‌ରେ ପରିସରରେ କରୋନା କଟକଣା ଜାରି କରାଯିବାସହ ଅନ୍ତେବାସୀଙ୍କୁ ମାସ୍କ ପିନ୍ଧିବା, ନିୟମିତ ବ୍ୟବଧାନରେ ହାତ ସଫାସୁତୁରା କରିବା, ପରିସ୍କାର ପରିଚ୍ଛନ୍ନ ରହିବା ବାଧ୍ୟତା ମୂଳକ କରାଯାଇଛି, କିପରି ଅନ୍ତେବାସୀଂକୁ କରୋନା ଠୁ ଦୁରେଇ ରଖାଯାଇପାରିବ ସେଥିନେଇ ଜେଲ କତୃପକ୍ଷ ସତର୍କତାରସହ ପଦକ୍ଷେପ ନେଇଥିବା ସୂଚନା ମିଳିଛି (ଲଷ୍ମୀଧର ଖୁଣ୍ଟିଆ ଙ୍କ ରିପୋର୍ଟ,)

Exit mobile version