Home ଓଡ଼ିଶା ବାଲି ସଂକଟ ! ବାମନଘାଟି ଉପଖଣ୍ଡର ୭୦୦ କୋଟି ଟଙ୍କାର ନିର୍ମାଣ ପ୍ରକଳ୍ପ ବାଧାପ୍ରାପ୍ତ ନେଇ ବାମନଘାଟୀ ଠିକାଦାର ସଂଘର ଜିଲ୍ଲାପାଳଙ୍କ ଦ୍ବାରସ୍ଥ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ବାମନଘାଟୀ ଉପଖଣ୍ଡରେ ପ୍ରଗତି ଓ ବିକାଶରେ ବାଲି ସାଜିଛି ବାଧକ ! ଧଳା ହୀରା ( ବାଲି) ସଂକଟ ଯୋଗୁଁ ଆଜି ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ବିଭିନ୍ନ ସରକାରୀ ପ୍ରକଳ୍ପ ଗ୍ରାମ୍ଯ ଉନ୍ନୟନ ବିଭାଗ ,ପୂର୍ତ ବିଭାଗ ( ରାସ୍ତା ଓ ଗୃହ),ବିଦ୍ୟୁତ ବିଭାଗ,ପଞ୍ଚାୟତ ରାଜ ବିଭାଗ,କୃଷି ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ,କ୍ଷୁଦ୍ର ଜଳସେଚନ ବିଭାଗ,ଆଦିବାସୀ ସମନ୍ଵିତ ଉନ୍ନୟନ ବିଭାଗ,ଜଳସେଚନ ବିଭାଗ,ରେ ୭୦୦ କୋଟି ଟଙ୍କାର ଉର୍ଦ୍ଧ୍ବ ନିର୍ମାଣ ପ୍ରକଳ୍ପରେ ବାଧା ସୃଷ୍ଟି ହୋଇଛି ।ପ୍ରକଳ୍ପ ନିର୍ମାଣରେ ମୁଖ୍ୟ ଆବଶ୍ୟକୀୟ ସାମଗ୍ରୀ ବାଲି,ପଥର, ସିମେଣ୍ଟ । ପୂର୍ବରୁ ରାଜସ୍ଵ ବିଭାଗ ହାତରେ ଥିଲା ନଦୀର ବାଲି ଉତ୍ସ । ଏବେ ଲଘୁ ଖଣିଜ ପଦାର୍ଥ ରାଜସ୍ଵ ବିଭାଗରୁ ସରକାରଙ୍କ ଖଣି ବିଭାଗକୁ ଚାଲି ଯାଇଛି ବାଲି ଉତ୍ସ । ପୂର୍ବରୁ ତହସିଲ ପକ୍ଷରୁ ନଦୀରେ ଥିବା ବିଭିନ୍ନ ସ୍ଥାନରେ ବାଲି ଉତ୍ସ ଦର୍ଶାଇ ଯାଇଥିଲା । କିନ୍ତୁ ବର୍ତମାନ ନୂତନ ପ୍ରକଳ୍ପ ଗୁଡିକ ଟେଣ୍ଡର ହୋଇଥିବାବେଳେ ବାସ୍ତବରେ ଲାଇନ ଡିପାର୍ଟମଏଣ୍ଟ ଏବଂ ତହସିଲ ବିଭାଗ ପକ୍ଷରୁ ତାଳମେଳ କିମ୍ବା ଆଲୋଚନା ନ ହୋଇ ସେମିତି ପୂର୍ବ ଦର୍ଶାଇ ଯାଇଥିବା ବାଲି ଉତ୍ସ ହିସାବରେ ସରକାରଙ୍କ ପକ୍ଷରୁ ଟେଣ୍ଡର ଡକା ଯାଇଥିଲା ।ବାସ୍ତଵରେ ଯେଉଁ ଟି ପ୍ରକଳ୍ପ ଅଛି ସେଠାରେ ପାଖରୁ ଦେଖାଯାଇଥିବା ବାଲି ଉତ୍ସରେ ୧୦୦୦ ସିଏମର ବାଲି ଦର୍ଶାଇ ଯାଇଥିବାବେଳେ ବାସ୍ତବରେ ୧୦୦ ସିଏମ ବାଲି ନାହିଁ । ତେଣୁ ଠିକାଦାର ବାହାରୁ ବହୁ ଦୂରରୁ ବାଲି ଆଣିଲେ ଖର୍ଚ୍ଚାନ୍ତ ସହ ପ୍ରଶାସନର ନିୟମ ଉଲ୍ଲଙ୍ଘନ ନେଇ ରାସ୍ତାରେ ମାତ୍ରାଧିକ ଜୋରିମାନାରେ ଶୋଷଣ ହେଉଛନ୍ତି ।ସେହିଭଳି ଗାଁ ଲୋକେ ବାଲି ଅଭାବ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରି ପାରୁ ନାହାଁନ୍ତି । ଯାହାଫଳରେ ଅଧିକାଂଶ ଗୃହ ଅର୍ଦ୍ଧନିର୍ମିତ ହୋଇ ପଡ଼ି ରହିଛି । ସବୁଠି ନିର୍ମାଣଧୀନ ପ୍ରକଳ୍ପ ସରକାରୀ ହେଉ ଅବା ବେସରକାରୀ ହେଉ ଅଧାପନ୍ତରିଆ ପଡ଼ି ରହିଛି । ଏଣେ ଟେଣ୍ଡର ନିୟମ ଅନୁସାରେ କାମର ବିଳମ୍ବତା ନେଇ ସରକାରଙ୍କ ପକ୍ଷରୁ ମାତ୍ରାଧିକ ଜୋରିମାନା କରାଯାଉଛି । ଯାହାଫଳରେ ଠିକାଦାର ଆର୍ଥିକ ଶୋଷଣର ଶିକାର, ମାନସିକ ନିର୍ଯ୍ୟାତନା, ପ୍ରଶାସନିକ ତାଗିଦରେ ଅଶାନ୍ତ ହେବା ସହ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି । ଅଧିକାଂଶ ଠିକାଦାର ଠିକାଦାର ବୃତ୍ତି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ।ତେଣୁ ରାଇରଙ୍ଗପୁରରେ ସୋମବାର ଦିନ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ବାମନଘାଟି ଠିକାଦାର ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଙ୍କୁ ସାକ୍ଷାତ କରି ଲିଖିତ ଦାବିପତ୍ର କରିବା ବାଲି ସଂକଟ ନେଇ ଆଲୋଚନା କରିଥିଲେ । ଜିଲ୍ଲାପାଳ ସଙ୍ଗେ ସଙ୍ଗେ ଉପ ଜିଲ୍ଲାପାଳ ,ରାଜସ୍ବ ବିଭାଗ,ଗ୍ରାମୀଣ ପୂର୍ତ୍ତବିଭାଗ,ଗୃହ ନିର୍ମାଣ ବିଭାଗଙ୍କୁ ନିର୍ଦେଶ ଦେଇଥିଲେ ଯେ ଏକ ବୈଠକ ଡାକି ଆଲୋଚନା କରି ଶୀଘ୍ର ସମାଧାନ କର ।ପ୍ରଗତି ଓ ବିକାଶ ପାଇଁ କୌଣସି ବାଧକ ରହିବ ନାହିଁ ।ଏହି ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ ଠିକାଦାର ପ୍ରସନ୍ନ ସାହୁ,ସୁବାସ ଚନ୍ଦ୍ର ମଣ୍ଡଳ,ହରି ପ୍ରସାଦ ସାହୁ, ଧନଞ୍ଜୟ ଗିରି,ପ୍ରଦୀପ ରାଉତ,ଡମନ ବେହେରା, ସର୍ବେଶ୍ଵର ସାହୁ ,ବନମାଳି ସିଂ, ବିନୟ ଭୂଷଣ ମହାନ୍ତି ଙ୍କ ସମେତ ବହୁ ଠିକାଦାର ସାମିଲ ହୋଇଥିଲେ । Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026