ତାଳଗଡ଼ିଆରେ ‘ଆମ ଗାଁ ଝିଅ ମହାମିଳନ’ ଉତ୍ସବ ଅନୁଷ୍ଠିତ

ଯୋଗଦେଲେ ତିନିପୁରୁଷର ଶତାଧିକ ଝିଅ 

୧୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କୋରାଇ :-> କୋରାଇ ବ୍ଲକ ଅନ୍ତର୍ଗତ କାଚରାସାହି ପଂଚାୟତ ସ୍ଥିତ ତାଳଗଡ଼ିଆ ଗ୍ରାମରେ ଏକ ନିଆରା ଉତ୍ସବ ‘ ଆମ ଗାଁ ଝିଅ ମହାମିଳନ ଅନୁଷ୍ଠିତ ହୋଇ ଯାଇଛି । ସୁରେଖା ଘଡାଇଙ୍କ ଆହ୍ବାନକ୍ରମେ ଅନୁଷ୍ଠିତ ଉତ୍ସବରେ ଗାଁର ଗତ ଆଷାଢରେ ବିବାହିତ ଝିଅଙ୍କ ଠାରୁ ବିଗତ ୫୦ ବର୍ଷ ମଧ୍ୟରେ ବିବାହିତ ଝିଅମାନେ ଯୋଗଦେଇଥିଲା। ଏହି ଅବସରରେ ଅନୁଷ୍ଠିତ ସଭା ମଳୟ ଭାଇଙ୍କ ସଂଚାଳନାରେ ହୋଇଥିଲା ବେଳେ ସ୍ଵର୍ଣ୍ଣପ୍ରଭା ମଲ୍ଲିକ ବକ୍ତବ୍ୟ ପ୍ରଦାନ କରିବା ସହ ସ୍ବରଚିତ କବିତା ପାଠ କରିଥିଲେ ।

ନିରୂପମା ବେହେରା, ସାବିତ୍ରୀ ସାମଲ, ସୁପ୍ରଭା ମହାନ୍ତି, ଜାନକୀ ଜେନା, ନିରୂପମା ରାଉତ, ଅର୍ଜନା ରାଉତ, ଅନୁସୟା ସାମଲ, ଗୀତାଞ୍ଜଳି ରାଉତ, ବିଜୟଲକ୍ଷ୍ମୀ ନାୟକ ପ୍ରମୁଖ ଯୋଗଦେଇ ଏହି ମିଳନ ପର୍ବ ଏକ ସୁନ୍ଦର ପ୍ରାୟସ,ଏହା ଦ୍ବାରା ଦୀର୍ଘଦିନ ବ୍ୟବଧାନରେ ଝିଅମାନେ ପରସ୍ପରକୁ ଭେଟିବାର ସୁଯୋଗ ପାଇଲୁ: ଏହା ପ୍ରତିବର୍ଷ ଆୟୋଜନ କରାଯିବାକୁ ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ । ଜ୍ବାଇ ମାଧବାନନ୍ଦ ବେହେରା, ତୃସାର ରଞ୍ଜନ ରାଉତ, ଆଦିତ୍ୟନାରାୟଣ ଘଡାଇ ବକ୍ତବ୍ୟ ରଖୁଥିଲା ବେଳେ ଅକ୍ଷୟକୁମାର ସାମଲ, ଭାସ୍କରଚନ୍ଦ୍ର ସ୍ବାଇଁ, ଗଣେଶ୍ବର ରାଉତ, ମାନସ କୁମାର ଜେନା, ଅଜୟ କୁମାର ସ୍ବାଇଁ, ବସନ୍ତ କୁମାର ଦାସ, ଶାମସୁନ୍ଦର ନାଟିଆ ପ୍ରମୁଖ ଜ୍ବାଇମାନେ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବଡଦେଇ ବାସନ୍ତୀ ସାମଲ, ପ୍ରେମଲତା ବିଶ୍ବାଳ, ଝଟେଇ ବାରିକ, ବୁଲଲତା ସାହୁ, ରିନାରାଣୀ ଧଳ, ଝରଣା ମଲ୍ଲିକ, ନୟନି ସାହୁ, ଶୈଳବାଳା ସେଠୀ, ପର୍ବତୀ ବିଶ୍ବାଳ, ବାସନ୍ତି ସାହୁ, କନକଲତା ସାହୁ, ବିଳାଶନୀ ବିଶ୍ବାଳ,ପୂର୍ଣ୍ଣିମା ସେଠୀ, ସାବିତ୍ରୀ ସେଠୀ, କାମିନା ବିଶ୍ବାଳ, ଚଂଚଳା ବାରିକ, ମାମିନା ବାରିକ, ପ୍ରେମଲତା ସେଠୀ, କାଜିନା ବାରିକ, ନିରୂପମା ବିଶ୍ବାଳ, ମାମିନା ବିଶ୍ବାଳ, କଳ୍ପନା ଜେନା, ଶୈଳବାଳା ପରିଡା, ରାଧାରାଣୀ ରାଉତ, ହିରାଲତା ବାରିକ, ଝୁନିଲତା ବେହେରା, ରିତନ ମହାନ୍ତି, ଚୁମୁକୀ ମଲ୍ଲିକ, ଜୟନ୍ତୀ ଜେନା, ନିରୁପମା ଦାସ, ଅନୁପମା ନାଟିଆ, ଅହଲ୍ୟା ସେନାପତି,

ରିଲୁ ଦାସ, ସରସ୍ଵତୀ ଜେନା, ନିରୂପମା ବିଶ୍ବାଳ, କୁସୁମଲତା ମଲ୍ଲିକ, ଅଞ୍ଜନା ମଲ୍ଲିଜ, କଳ୍ପନା ସ୍ଵାଇଁ, ସୁକଲତା ଧଳ, ଜ୍ଯୋସ୍ତ୍ନାମୟୀ ରାଉତ, ରେବତୀ ସାହୁ, ଆରତୀ ସ୍ବାଇଁ, ରମାରଣୀ ସ୍ବାଇଁ ପ୍ରମୁଖ ତିନି ପୁରୁଷର ଶତାଧୂକ ବିବାହିତ ଝିଅ ଗାଁ ମାଟିରେ ଏକାଠି ହୋଇ ପରସ୍ପର ମଧ୍ୟରେ ଭେଟିବା ଓ ଚିହ୍ନିବା ଯୋଗୁ ଖୁସି ଅନୁଭବ କରିଥିଲେ । ଏହି ଅବସରରେ ଝିଅମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ଓ ସଂଗୀତ ପରିବେଶଣ କରାଯାଇଥିଲା। ସୁରେଖା ଘଡାଇ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ବିବରଣୀ ପ୍ରାଦନ କରିଥିଲା ବେଳେ ଆଦିତ୍ୟନାରାୟଣ ଘଡାଇ ଧନ୍ୟବାଦ ଅର୍ପଣ କରିଥିଲେ ।

 

Exit mobile version