ସୁନ୍ଦରପଦା ରେ ଜନ ସମ୍ପର୍କ ପଦଯାତ୍ରା

୧୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର  :-> ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ୱାର୍ଡ ନଂ ୬୭ ସୁନ୍ଦରପଦା ଗଣେଶ ମନ୍ଦିର ଛକ ଠାରୁ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମେୟର ସୁଲୋଚନା ଦାସ ସାମିଲ ହୋଇଥିଲେ । ପଦଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ଏକ ବିଶାଳ ଶୋଭାଯାତ୍ରା ରେ ସୁନ୍ଦରପଦା ଗ୍ରାମ ପରିକ୍ରମା କରିଥିଲେ ।

ଏହି ପଦଯାତ୍ରାରେ, ନବୀନ ପଟ୍ଟନାୟକଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଘରେ ଘରେ ପାନୀୟ ଜଳ ଯୋଗାଣ ଦ୍ଵାରା ଡ୍ରିଙ୍କ ଫ୍ରମ୍ ଟ୍ୟାପ,ଆମ ଓଡ଼ିଶା ନବୀନ ଓଡ଼ିଶା,ଶିକ୍ଷା କ୍ଷେତ୍ର ରେ ସରକାରୀ ସ୍କୁଲ, କଲେଜର ରୂପାନ୍ତରିତ କାର୍ଯ୍ୟ ଭଳି ଅନେକ ଯୁଗାନ୍ତ କାରି ଯୋଜନା ଓ ସ୍ୱଚ୍ଛ ନିର୍ମଳ ଶାସନ ସହ ବିକାଶର ସରକାର ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଉଲ୍ଳେଖ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ,ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ ଉପାଧ୍ୟକ୍ଷ ଡ. ସନ୍ତୋଷ ବେଜ,କର୍ପୋରେଟର ଚନ୍ଦ୍ରଶେଖର ମଲ୍ଲିଆ, ହୃଦୟ ବଲ୍ଲଭ ସାମନ୍ତରାୟ,ମହାମାୟା ସ୍ବାଇଁ,ସିବ ନାରାୟଣ ରାୟ,ଛବି ଦାସ,ଶିବପ୍ରସାଦ ବେହେରା ପୂର୍ବତନ କର୍ପୋରେଟର,କୃଷ୍ଣ ସେଠୀ,

ଛବି ଜେନା,ୱାର୍ଡ ସଭାପତି ତପନ ରାଉତ,ଜିତେନ୍ଦ୍ର ନନ୍ଦ,ନିହାର ଚମ୍ପତି, ଅଷ୍ଫର ଇକବାଲ୍,ଦୀପ୍ତି ପ୍ରସାଦ ନନ୍ଦ,ଅମିୟ ଦାସ,ଶେଖ୍ ଅହମଦ ଅଲ୍ଲୀ, ସେଖ୍ ସାଦିକ ଅଲ୍ଲୀ,ପ୍ରଶାନ୍ତ ପ୍ରଧାନ,ହରିହର ପ୍ରଧାନ, ବିଧାୟକ ପ୍ରତିନିଧି ଦାଶରଥି ଗରାବଡୁ, ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version