ଶ୍ରମିକ ମାରଣା ନୀତି ବିରୋଧ ରେ ଟାଟା ପାଓ୍ଵାରର ଟିପିଏନଓଡିଏଲ ସମ୍ମୁଖରେ କର୍ମଚାରୀଙ୍କ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି

୧୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ବିଦ୍ୟୁତ ବିଭାଗରେ ଟାଟା ପାଓ୍ବାର ର ମନମାନି,ଶ୍ରମିକ ମାରଣ ଓଶୋଷଣ ନୀତି ବିରୋଧରେ ସାରା ରାଜ୍ୟରେ ବିଦ୍ୟୁତ୍ କର୍ମଚାରୀ ଜର୍ଜରିତ,ଅତିଷ୍ଠ,ଶୋଷିତ, ଅସନ୍ତୁଷ୍ଟ । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟିପିଏନଓଡିଏଲରେ ସ୍ଵସ୍ତିକ ଇଞ୍ଜିନିୟରିଂ ଟେଣ୍ଡର ନେଇ ଦୀର୍ଘ ୨ ଵର୍ଷ ହେଲା କାର୍ଯ୍ୟ କରୁଥିଲା ।ଚଳିତମାସ ଟାଟା ପାଓ୍ଵାର ସ୍ଵସ୍ତିକ ଇଞ୍ଜିନିୟରିଂ କୁ ହଟାଇ ହିନ୍ଦୁସ୍ତାନ ଏଜେନ୍ସିକୁ କାମ କରିବା କାର୍ଯ୍ୟାଦେଶ ଦେଇଛି ।ହେଲେ ଶ୍ରମିକଙ୍କ ସହ ଆଲୋଚନା ନ କରି ସିଧାସଳଖ ମନଇଛା ହିନ୍ଦୁସ୍ତାନ ଏଜେନ୍ସୀକାମ କରୁଛି । ବିଭାଗରେ କାର୍ଯ୍ୟ କରୁଥିବା କିଛି କମ କର୍ମଚାରୀଙ୍କୁ ନେଇ କାମ କରୁଛି ।

ଆବଶ୍ୟକୀୟ ଉପକରଣ ଦେଉ ନାହିଁ । ଯାହାକୁ ନେଇ କର୍ମଚାରୀଙ୍କ ଜୀବନ ବିପଦପୂର୍ଣ୍ଣ ।ଜୀବନ ଜୀବିକା ନେଇ ସେମାନେ ଚିନ୍ତିତ।ବିଭିନ୍ନ ଦାବି ନେଇ ଆଜି ରାଇରଙ୍ଗପୁର ଟିପିଏନଓଡିଏଲ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ନେସ୍କୋ ପାଓ୍ବାର ଏମ୍ପଲୟଜ ୟୂନିୟନ ତରଫରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ପ୍ରତିବାଦ ସଭା କରିଥିଲେ । ସେମାନଙ୍କର ମୁଖ୍ୟ ଦାବି ଟାଟା ପାଓ୍ବାର ରେ ପୂର୍ବରୁ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତି,ଛଟେଇ ବନ୍ଦ,ମିଟର ରିଡର୍ ଏବଂ ବିଲ୍ ରିଡରଙ୍କୁ କୁଶଳୀ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା,ମନଇଛା ବଦଳି ବାତିଲ କରିବା,

ସମସ୍ତ କର୍ମଚାରୀ ଙ୍କୁ ବିଦ୍ୟୁତ ସାମଗ୍ରୀ ଓ ସୁରକ୍ଷା ସାମଗ୍ରୀ,ଗ୍ରାହକ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଧିକ କର୍ମଚାରୀ ନିଯୁକ୍ତି,ସ୍ଥିର ଵିଦ୍ଯୁତ ଯୋଗାଣ ପାଇଁ ସଠିକ ଭାବରେ ପୁନର୍ଗଠନ,ମିଟର ରିଡର୍ ମାନଙ୍କର ଇପିଏଫ ଏବଂ ଇଏସଆଇ କାର୍ଡ ରେ ଅନିୟମିତତା,୮ ଘଣ୍ଟାରୁ ଅଧିକ ସମୟ କାମ କରିବାରେ ଅଧିକ ଉଚିତ ପ୍ରାପ୍ୟ ପ୍ରଦାନ ଇତ୍ୟାଦି । ପରେ ଟିପିଏନଓଡିଓଲର କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ ପାର୍ଥ ସାରଥୀ ଦାସଙ୍କୁ ସଂଘ ତରଫରୁ ଏକ ଲିଖିତ ଦାବିପତ୍ର ପ୍ରଦାନ ସହ ଦାବି ଉପରେ ସଂଘର କର୍ମକର୍ତ୍ତାବୃନ୍ଦ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ଇଂ ପାର୍ଥ ସାରଥି ଦାସଙ୍କ ସହ ଆଲୋଚନା କରିଥିଲେ ୩ ଦିନ ମଧ୍ୟରେ ଏହିସବୁ ଦାବି ଉପରେ ହିନ୍ଦୁସ୍ତାନ ଏଜେନସୀ ଏବଂ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ପ୍ରତିବାଦ ସଭାରେ ସହ ସଂପାଦକ ଦୀପକ ମହାନ୍ତ,ଶିବ ଚରଣ ମୁଣ୍ଡା,ଚନ୍ଦନ ରାଉତ,ଅମୀୟ ସ୍ବାଇଁ, ରଞ୍ଜନ ସେଠୀ,ଲମ୍ବୋଦର ମହାନ୍ତ,ଵିରସିଂ ମାର୍ଣ୍ଡୀ, ରାଜେନ୍ଦ୍ର ସାମଲ,ଉଦୟଭାନୁ ବେହେରା, ଗୋପୀନାଥ ଗିରି, ସୁରଜିତ ବେହେରା,ମାନସିଂହ ସୋରେନ, ସଞ୍ଜୟ ନାୟକ, ଜିତେନ୍ଦ୍ର ମହାନ୍ତଙ୍କ ସମେତ ଶତାଧିକ କର୍ମଚାରୀ ସାମିଲ ହୋଇଥିଲେ ।ଶ୍ରମିକ ନେତାମାନେ କହିଥିଲେ ଯଦି ଟାଟା ପାଓ୍ଵାର ସେମାନଙ୍କ ଦାବି ପ୍ରତି ଅଣଦେଖା କରନ୍ତି ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବା ସହ କାମରେ ଅସହଯୋଗ କରାଯିବ ।

Exit mobile version