
୧୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> କଥାରେ ଅଛି ଜଳ ହିଁ ଜୀବନ । ମଣିଷ ଜଳ ପାଇଁ ଆଉ ହନ୍ତସନ୍ତ ହେବେ ନାହିଁ କି ଦୂଷିତ ଜଳ ପିଇ ଦୁରାରୋଗ୍ୟ ପୀଡ଼ିତ ହୋଇ ଛଟପଟ ରେ ମରିବେ ନାହିଁ । କାରଣ ମଣିଷର ଅମୂଲ୍ୟ ଜୀବନକୁ ସୁରକ୍ଷିତ ରଖିବା ପାଇଁ ଏବେ ୨୪ ଘଣ୍ଟିଆ ଜଳଯୋଗାଣ ଓ ସିଧାସଳଖ ବିଶୁଦ୍ଧ ପାଣି ବିଶୁଦ୍ଧ ପାଣି ପାଇବା ପାଇଁ ‘ ଡ୍ରିଙ୍କ ଫ୍ରମ ଟେପ’ ଜଳଯୋଗାଣ ଯୋଜନା ।
ଆଜି ଲୋକସେବା ସଦନ ଭବନରେ ସମସ୍ତ ବରିଷ୍ଠ ପ୍ରଶାସନିକ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ପଛୁଆ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ୫ ଟି ପୌରାଞ୍ଚଳ ରାଇରଙ୍ଗପୁର,ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର,ନିମାପଡ଼ା ସହର ପାଇଁ ୨୪ ଘଣ୍ଟିଆ ‘ ଡ୍ରିଙ୍କ ଫ୍ରମ ଟେପ’ ଯୋଜନାର ଲୋକାର୍ପିତ କରିବା ସହ ଅନ୍ୟ ୧୩ ଟି ସହରର ପାଇଁ ଶୁଭାରମ୍ଭ କରିଛନ୍ତି ।
ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ ସହରର ୧୫ ଟି ଓ୍ବାର୍ଡର ବସବାସ କରୁଥିବା ୫,୫୯୬ ପରିବାରର ୩୩,୭୬୭ ଲୋକ ଉପକୃତ ହେବା ସହ ସହରକୁ ଆସୁଥିବା ଲୋକେ ମଧ୍ୟ ଉପକୃତ ହେବ । ମିନେରାଲ ଓ୍ବାଟର ଭଳି ସିଧାସଳଖ ଟେପରୁ ବିଶୁଦ୍ଧ ପାଣି ଉପଲବ୍ଧ ହେବ । ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ଆୟୋଜିତ ହୋଇଥିବା ‘ଡ୍ରିଙ୍କ ଫ୍ରମ ଟେପ’ ଜଳଯୋଗାଣ ଉଦଘାଟନ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ,
