Home ଓଡ଼ିଶା ଜାଗ୍ରୃତିକା ପକ୍ଷରୁ ଉତ୍କଳ ମଣି ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୦୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ନାଚୁଣୀ ର ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସାମାଜିକ ସଂସ୍ଥା ଜାଗ୍ରୃତିକା ପକ୍ଷରୁ ପୁଣ୍ୟଶ୍ଲୋକ ଉତ୍କଳ ମଣି ଗୋପବନ୍ଧୁଙ୍କ ଜୟନ୍ତୀ ନାଚୁଣୀ ନିକଟବର୍ତ୍ତୀ ହରିପୁର ବ୍ରୃଷଭଛକ ନିକଟରେ ଅନୁଷ୍ଠାନ ର ବରିଷ୍ଠ ପରାମର୍ଶଦାତା ବାଗ୍ମୀ ରାମଚନ୍ଦ୍ର କର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଗୋପବନ୍ଧୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଏବଂ ଅନୁଷ୍ଠାନ ର ସମ୍ପାଦକ ବିରଞ୍ଚିନାରାୟଣ ପ୍ରସାଦ ନାୟକ ପ୍ରାରମ୍ଭିକ ସୂଚନା ଦେବା ପରେ ପ୍ରାକ୍ତନ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଓ କାଳୁ ଚରଣ ସାମନ୍ତରାୟ, ଶିକ୍ଷକ ଦୁର୍ଯ୍ୟୋଧନ ପ୍ରଧାନ, ସଙ୍ଗୀତଜ୍ଞ ଅଜିତ କୁମାର ମିଶ୍ର, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ,ଯୁଵଜ୍ୟୋତି ହାଇସ୍କୁଲ,କୁମାଣ୍ଡୋଳ ର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତି, ସତ୍ୟସାଇ ସଙ୍ଗଠନର କର୍ମକର୍ତ୍ତା ଶରତ କୁମାର ପାତ୍ର, ପ୍ରାକ୍ତନ ଶିକ୍ଷକ ପଠାଣି ବଳବନ୍ତରାୟ,ନୀରଦ କୁମାର ମହାପାତ୍ର, ଶିକ୍ଷକ ପ୍ରଭାତ କୁମାର ସୁନ୍ଦରାୟ,ବେଣୁଧର ସାହୁ, ପୁରୁଷୋତ୍ତମ ମିଶ୍ର,ପଣ୍ଡିତ ଭବାନୀ ଶଙ୍କର ଶତପଥୀ ପ୍ରମୁଖ ଉତ୍କଳ ମଣି ଗୋପବନ୍ଧୁଙ୍କ ସେବା ଓ ତ୍ୟାଗର ବହୁବିଧ ଦ୍ରୃଷ୍ଟାନ୍ତର ସ୍ମୃତି ଚାରଣ କରି ଆଜିର ଦେଶ ସେଵକ ମାନେ ଉତ୍କଳ ମଣି ଙ୍କ ତ୍ୟାଗ ପୂତ ନିଃସ୍ଵାର୍ଥପର ଜନସେବା ରେ ଉଦ୍ ବୁଦ୍ଧ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। ପରିଶେଷରେ କବି ଆଶିଷ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026