ବିଭାଗୀୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପ୍ରଧାନ ମଧ୍ୟ ଏ ଆର ଏସ ଏସ ଙ୍କୁ ଚିଠି କରିଥଲେ ।
୦୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ :-> ରଣପୁର ବ୍ଲକ୍ ଅନ୍ତର୍ଗତ ଛଅଗୋଟି ଗ୍ରାମ ପଞ୍ଚାୟତର କୃଷକ ମାନଙ୍କ ଉନ୍ନତି ନିମନ୍ତେ ଉଦ୍ଧିଷ୍ଟ ତାରିଆ ସୋସାଇଟର ପୂର୍ବତନ ସେକ୍ରେଟାରୀ ଶ୍ରୀ ଦୀନବନ୍ଧୁ ପ୍ରଧାନଙ୍କ ଅବସର ପରେ ବର୍ତ୍ତମାନ ପର୍ଯ୍ୟନ୍ତ ସେକ୍ରେଟାରୀ ପଦବୀ ଖାଲି ପଡ଼ିଛି । ଆସିଷ୍ଟାଣ୍ଟ ସେକ୍ରେଟାରୀ ତ୍ରିନାଥ ଚରଣ ଦାସ ଦାୟିତ୍ଵ ନିର୍ବାହ କରୁଛନ୍ତି । କିନ୍ତୁ ସ୍ଥାନୀୟ କୃଷକ ମାନେ ଶ୍ରୀ ଦାସ ଙ୍କ କାର୍ଯ କଳାପରେ ସନ୍ତୁଷ୍ଟ ନଥିବାରୁ ସ୍ଥାନୀୟ ଜନ ସାଧାରଣଙ୍କ ସହିତ କୁଲାସର ଗ୍ରାମ ପଞ୍ଚାୟତ ର ବି ଜେ ଡି ସଭାପତି ତଥା ଆଡଭୋକେଟ୍ ରାମକୃଷ୍ଣ ପଟ୍ଟନାୟକ ନୂତନ ସମ୍ପାଦକ ନିଯୁକ୍ତି ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଆବେଦନ କରି ଥିଲେ । ବିଭାଗୀୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପ୍ରଧାନ ମଧ୍ୟ ଏ ଆର ଏସ ଏସ ଙ୍କୁ ଚିଠି କରିଥଲେ ।
