ନୟାଗଡରେ 71 ତମ ବନମହୋତ୍ସବ ପାଳିତ

ଓଡିଶା ତାଜା ନ୍ୟୁଜ୍ (୦୯ ଜୁଲାଇ ଗୁରୁବାର ) ନୟାଗଡ :- ନୟାଗଡ ଡି. ଆର. ଡି. ଏ ରୋଡ଼ରେ ଅବସ୍ଥିତ ନଣ୍ଡା ପାହାଡ଼ ନିକଟରେ ଜିଲ୍ଲା ସ୍ଥରିୟ 71 ତମ ବନମହୋତ୍ସବ ନୟାଗଡ ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସାମାଜିକ ଦୂରତା ମଧ୍ୟରେ ସମସ୍ତେ ମାସ୍କ ପିନ୍ଧି ଶୃଙ୍ଖଳାର ସହ ଡି.ଏଫ.ଓ ଧନରଜ ହନୁମନ୍ତଜି ଧନନ୍ଧିରେଙ୍କ ପ୍ରତ୍ୟକ୍ଷ ସୁପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି

ଏ.ସି.ଏଫ.ଓ ଅରିନ୍ଦମ ମହାନ୍ତିଙ୍କ ସୁନ୍ଦର ସଂଯୋଜନାରେ ଏହି ପରିପ୍ରେକ୍ଷୀରେ ଏକ ସଚେତନତା ସଭାରେ ରାଜ୍ୟମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ବାର୍ତ୍ତା ପାଠ କରାଯାଇଥିଲା ଏହି ସଚେତନତା ସଭାରେ ଜିଲ୍ଲାପାଳ ଡ଼ ପୋମା ଟୁଡୁ, ବନ୍ୟଜନ୍ତୁ ଡି.ଏଫ.ଓ ହର୍ଷବର୍ଦ୍ଧନ ଉଦଗାତା, ଏସ. ପି ପ୍ରତ୍ୟୁଷ ଦିବାକର ପ୍ରମୁଖ ଯୋଗଦେଇ ମାନବ ସମାଜ ର ଦୀର୍ଘ ଜୀବନ ପାଇଁ ଗଛ ଲଗାଇବା ଆଉ ବଞ୍ଚାଇବା ଉପରେ ବିଶେଷ ବକ୍ତବ୍ୟ ପ୍ରଦାନ କରିଥିଲେ

ଏହି ପରିପ୍ରେକ୍ଷୀରେ ସମସ୍ତ ଅତିଥିଗଣ ସମଗ୍ର ପାହାଡ଼ରେ ବୃକ୍ଷ ରୋପଣ କରିଥିଲେ ଏହି ଅବସରରେ ବୃକ୍ଷ ରୋପଣ ଆଉ ବଞ୍ଚାଇବା ପାଇଁ ଉଲ୍ଲେଖନିୟ କାର୍ଯ୍ୟ କରି ସାଟିଫିକେଟ ସହ ଆର୍ଥିକ ପୁରସ୍କାର ମଂଚାସୀନ ଅତିଥି ମାନଙ୍କ ଠାରୁ ଗ୍ରହଣ କରିଥିଲେ ଏହି ଅବସରରେ ଖଣ୍ଡପଡା ଭାପୁର ଅଞ୍ଚଳର ଶାଳବଣର ଶ୍ରୀ ଜଗନ୍ନାଥ ବନ ସୁରକ୍ଷା ସମିତି ବନ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନିୟ କାର୍ଯ୍ୟକ୍ରମ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର ସ୍ୱରୂପ 20, 000/ଟଙ୍କା ଅର୍ଥ ରାଶି ସହ ସାଟିଫିକେଟ ପ୍ରଦାନ କରା ଯାଇଥିଲା (ରିପୋର୍ଟ – ରାମ କୃଷ୍ଣ ରଥ)

Exit mobile version