ଦୂର୍ବୁତ କାର ରେ ଲଗାଇଲେ ନିଆଁ : ଥାନାରେ ଅଭିଯୋଗ

୦୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି  :-> ଗତ ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଚାନ୍ଦିପୁଟ ହାଟପଦା ଠାରେ ଘଟି ଯାଇଛି । ରାଜେଶ୍ଵରି ପାଇକ ଏବଂ ତାଙ୍କ ଛୁଆ ଓ ଜଣେ ସମ୍ପର୍କୀୟ ମହିଳା ଶୋଇଥିବା ସମୟରେ ପ୍ରାୟ ରାତି 11 ଟାରେ ଜାଣିବାକୁ ପାଇଲେ ଯେ ତାଙ୍କ ଘର ବାରଣ୍ଡାରେ ନିଆଁ ସହ ଧୁଆଁ ବାହାରୁଥିବା ଦୃଶ୍ୟ ଦେଖିଥିଲେ । ଏପରିକି ବାହାରକୁ ବାହାରିବା ପାଇଁ ଚେଷ୍ଠା କରି ବିଫଳ ହୋଇ ବାରିପଟ ଦେଈ ବାହାରକୁ ଆସିଥିଲେ । କେହି ସହୋର୍ଦୟ ବ୍ୟକ୍ତି ଙ୍କ ସହାୟତାରେ ଅଗ୍ନିଶମ ବିଭାଗ ଶହ ଯୋଗାଯୋଗ କରିଥିଲେ ।

ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ଏହି ଦୁର୍ଘଟଣା ରେ କେହି ମୃତହାତ ହୋଇ ନ ଥିବା ବେଳେ ଏକ ସ୍ୱିପ ଡିଜାର କାର, ଏକ ସ୍କୁଟି, ଏକ ବୁଲେଟ୍ ଏବଂ ଘର ର କବାଟ ଝରକା ପୋଡ଼ି ନଷ୍ଟ ହୋଇଯାଇଛି । ଏହି ଦୁର୍ଘଟଣାକୁ ନେଇ ରଜେଶ୍ୱରୀ ପାଇକ ମୋହନା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ମୋହନା ଥାନା ପକ୍ଷରୁ କେଶ ନଂ 158/23 ମାମଲା ରୁଜୁ କରିଛନ୍ତି । କେହି ଦୁର୍ବୃତ କାର ରେ ଲଗାଇଲା ନିଆଁ ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ମୋହନା ଭାରପ୍ରାପ୍ତ ଅଧିକାରୀ ବସନ୍ତ ସେଠୀ ଜଣାଇଛନ୍ତି ।

Exit mobile version