ବାମନଘାଟୀ ଛଉ ପ୍ରତିଷ୍ଠାନ ରେ ନୃତ୍ଯ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

୦୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> କଳାର ମାଟି ବାମନଘାଟୀ , ଭଞ୍ଜ ମାଟିର କଳାକାର ମାନେ ବିଶେଷ ଭାବରେ ଛଉ ନୃତ୍ଯ ପ୍ରେମୀ , ଲୋକ କଳାକୁ ସରକାର କିପରି ଉଦ୍ଜୀବିତ ହୋଇପାରିବ ସେ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ପ୍ରୟାସରେ ସଙ୍ଗୀତ ନାଟକ ଏକାଡେମୀ ତରଫରୁ ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତି ର ପରିଚୟ ବିଶ୍ବ ପ୍ରସିଦ୍ଧ ଛଉନୃତ୍ୟକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମୟୂରଭଞ୍ଜ ଜିଲ୍ଲାରେ ନୂତନ ପାଞ୍ଚଟି ଛଉନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ମାନ୍ୟବର କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି |

ସେଗୁଡିକ ହେଲା ବାମନଘାଟୀ ଉପଖଣ୍ଡ ତିରିଙ୍ଗ ବ୍ଲକ ରେଙ୍ଗାଲବେଡା, ରାଇରଙ୍ଗପୁର ପରିସର ମଧ୍ଯ ରେ ଥିବା ବାମନଘାଟୀ ଛଉ ନୃତ୍ଯ ପ୍ରତିଷ୍ଠାନ ରେ ତାଲିମ କେନ୍ଦ୍ର , କରଂଜିଆ ଟାଉନ, ବାରିପଦା ଟାଉନ ଏବଂ ବାରିପଦା ଉପଖଣ୍ଡ ଅନ୍ତର୍ଗତ ନିଚୁଆପଦା ଠାରେ ଛଉନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠାନ | ଏ ନେଇ ରାଇରଙ୍ଗପୁର କଲ୍ୟାଣ ମଣ୍ଡପ ଠାରେ ଏକ ସଭା ଆୟୋଜିତ ହୋଇଥିଲା |

ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜଳ ସମ୍ପଦ ଏବଂ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଇଂ ବିଶ୍ବେଶ୍ବର ଟୁଡୁ,ସମ୍ମାନିତ ଅତିଥି ଭାବେ ସଂଗୀତ ନାଟକ ଏକାଡେମୀର ଅଧ୍ୟକ୍ଷ ଡାକ୍ତର ସନ୍ଧ୍ୟା ପୁରୀଚା, ସଂପାଦକ ରାଜୁ ଦାସ, ବରିଷ୍ଠ ସଦସ୍ୟ ସଂଜୟ ଚୌଧୂରୀ ପ୍ରସାର ଭାରତୀ ପ୍ରଭାରୀ ଛୋଟଲାଲ ମହାନ୍ତ ଏବଂ ବାମନଘାଟୀ ଛଉନୃତ୍ୟ ପ୍ରତିଷ୍ଠାନର ସଂପାଦକ ଦୁଷ୍ମନ୍ତ କୁମାର ବସା ପ୍ରମୁଖ ଉପସ୍ଥିତ ଥିଲେ | ମଞ୍ଚାସୀନ ଅତିଥିଗଣ ଛଉନୃତ୍ୟ କିପରି ପ୍ରସାର ଏବଂ ଜନାଦୃତ ହୋଇପାରିବ, ତା ନେଇ ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ |

 

ତା ସହିତ ଛଉନୃତ୍ୟ କଳାକାରମାନଙ୍କ ଦ୍ବାରା ସପ୍ତରଥି ଛଉ ନୃତ୍ଯ ତାଳ ପରିବେଷଣ କରାଯାଇଥିଲା । କଳାକାର ମାନଙ୍କ ର ବହୁ ଦିନର ଆଶା ପୂରଣ ହୋଇପାରିବ ବୋଲି ସୂଚନା ଦେଇଥିଲେ | ଉକ୍ତ ସଭାରେ ବହୁ କଳାକାର, ଛଉଗୁରୁ , କଳାପ୍ରେମୀ ଏବଂ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ | ଏଥିରେ ସନ୍ତୋଷ, ବିଭୂତି, ରାଜକପୁର, ମୁନା, ସୁଶେନ, କର୍ଣ୍ଣ, କୃଷ୍ଣ ଓ ଅନ୍ୟମାନେ ସହଯୋଗ କରିଥିଲେ | ଉକ୍ତ ସଭାକୁ ସଂପାଦକ ଦୁଷ୍ମନ୍ତ କୁମାର ବସା ପରିଚାଳନା କରିଥିବା ବେଳେ ପ୍ରଭାରୀ ଛୋଟଲାଲ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ |

Exit mobile version