କେରଳର ଆଇଲି ହିଲସ୍ ଠାରେ ଆଇ ଜେ ୟୁ ପକ୍ଷରୁ ଆୟୋଜିତ ଜାତୀୟ କାର୍ଯ୍ୟ କାରିଣୀ ବୈଠକ ଉଦଯାପିତ                            

୦୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର/କେରଳ :-> କେରଳର ଆଲୁଭା ସ୍ଥିତ ଆଇଲି ହିଲସ୍ ଠାରେ ,  କେରଳ ଜର୍ଣ୍ଣାଲିଷ୍ଟ ୟୁନିୟନ ଏବଂ  ଆଇ ଜେ ୟୁ ର ମିଳିତ ସହଯୋଗରେ ଆୟୋଜିତ ଦୁଇ ଦିନିଆ ଜାତୀୟ କାର୍ଯ୍ୟ କାରିଣୀ ବୈଠକ ଉଦଯାପିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମକୁ କେରଳର ଶିଳ୍ପ ଓ ଆଇନ ମନ୍ତ୍ରୀ ପି ରାଜିବ୍ ଉଦଘାଟନ କରିଥିଲେ । ଏହି ଉତ୍ସବରେ ସାଂସଦ ବେନି ବେହେନାନ୍,ସାଂସଦ ଚାଳକୁଡି,

ବିଧାୟକ ଅନୁଅର ସାଦଥ, କେରଳ ମିଡ଼ିଆ ଏକାଡେମୀର ଅଧ୍ୟକ୍ଷ ଆର ପି ବାବୁ , ତେଲେଙ୍ଗାନା ମିଡ଼ିଆ ଏକାଡେମୀର ଅଧ୍ୟକ୍ଷ ଆଲମ ନାରାୟଣ ,ଆଇ ଜେ ୟୁର ରାଷ୍ଟ୍ରୀୟ  ସଭାପତି ବିନୋଦ କୋହଲି,  ରାଷ୍ଟ୍ରୀୟ  ସାଧାରଣ ସଂପାଦକ  ଏସ ସବା ନାୟକନ୍, କେରଳ ଜର୍ଣ୍ଣାଲିଷ୍ଟ ୟୁନିୟନ ର ସାଧାରଣ ସଂପାଦକ କେ ସି ସ୍ମିଝାନ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ମାନଙ୍କର ସମସ୍ୟାର ସମାଧାନ ସମ୍ପର୍କରେ ଉଦବୋଧନ ଦେଇଥିଲେ ।

ସେହିପରି ଉଦଯାପନ ଉତ୍ସବରେ ଆଇଜେୟୁ ର ରାଷ୍ଟ୍ରୀୟ ସଭାପତି ବିନୋଦ କୋହଲିଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବର ମୁଖ୍ୟ ଅତିଥି ଭାବେ ପୂର୍ବତନ ସାସଂଦ ସେବାଷ୍ଟିଆନ ପାଲ, ଆଲୁଭା ବିଧାୟକ  ଅନୁଅର ସାଦତ୍ , ଅଲ ଇଣ୍ଡିଆ ରେଡ଼ିଓର ପୂର୍ବତନ ନିର୍ଦ୍ଦେଶକ ଡି ପ୍ରଦୀପ କୁମାର , ମିଡ଼ିଆ ସମାଲୋଚକ ଏନ ଏମ ପିଆରସନ ପ୍ରମୁଖ ଯୋଇଦେଇ କାର୍ଯ୍ୟର ସାମ୍ବାଦିକ ମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟ କାରିଣୀ ବୈଠକରେ ବିଭିନ୍ନ ରାଜ୍ୟର ପ୍ରମୁଖ କର୍ମକର୍ତ୍ତା ଯୋଗଦେବା ସହ ଓଡ଼ିଶାରୁ ଓୟୁଡ଼ବ୍ଲୁଜେର ଉପସଭାପତି ଅମୂଲ୍ୟ କୁମାର ବାରିକଙ୍କ ନେତୃତ୍ୱରେ ରାଜ୍ୟ ସଂପାଦକ ରାଜୀବ ଲୋଚନ ପ୍ରଧାନ, କୋଷାଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ ସମ୍ମାନିତ ହୋଇଥିଲେ ।  

Exit mobile version