ପୁରୁଣା ଭୁବନେଶ୍ୱର ରେ ଜନ ସମ୍ପର୍କ ପଦଯାତ୍ରା

୦୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ର ୱାର୍ଡ ନଂ ୫୪ ପୁରୁଣା ଭୁବନେଶ୍ୱର ଗୋଷାଗରେଶ୍ୱର ଛକ ଠାରୁ ବିଜୁଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ବଡ଼ଦାଣ୍ଡ ସାହି, ବଢେଇ ବାଙ୍କ, ଜମେଶ୍ୱର ପାଟଣା, ହରଚଣ୍ଡି ସାହି, ଡାକବଙ୍ଗଳା ଛକ ଠାରେ ପହଞ୍ଚିଥିଲା । ଏଥିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମେୟର ସୁଲୋଚନା ଦାସ ଯୋଗ ଦେଇଥିଲେ ।

ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ଗୁଡିକକୁ ପଦଯାତ୍ରାରେ ସ୍ଲୋଗାନ ଦେବା ସହ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବହେଳା କୁ ଦଳର ବିଭିନ୍ନ ପଦାଧିକାରୀ ନିଜର ବକ୍ତବ୍ୟ ମାଧ୍ୟମରେ ପ୍ରତିବାଦ କରିଥିଲେ । ଅନ୍ୟନମନଙ୍କ ମଧ୍ୟରେ ଓଡ଼ିଶା ଆଗ୍ରୋ ଇଣ୍ଡିଷ୍ଟ୍ରି କର୍ପୋରେସନ ର ଉପାଧ୍ୟକ୍ଷ ଡ. ସନ୍ତୋଷ ବେଜ୍, ସ୍ଥାନୀୟ କର୍ପୋରେଟର ଶିବ ପ୍ରସାଦ ବେହେରା ,

କର୍ପୋରେଟ ବିରଞ୍ଚି ନାରାୟଣ ମହାସୂପକାର,ମହାମାୟା ସ୍ବାଇଁ, ଚନ୍ଦ୍ର ଶେଖର ମଲ୍ଲିଆ,ଶିବ ନାରାୟଣ ରାୟ, ଅଜିତ୍ ବେହେରା, ଛବି ଦାସ, ଦୀପକ ମିଶ୍ର,ବିଧାୟକ ପ୍ରତିନିଧି ଦାଶରଥି ଗରାବଡୁ,ଅଞ୍ଚଳ ବଟୁ,ବିଜୁ ଯୁବ ଜନତା ଦଳ ଭୁବନେଶ୍ୱର ସଭାପତି ସମରେଶ ବେଉରା,ଏକାମ୍ର ଛାତ୍ର ସଭାପତି ଶିବପ୍ରସାଦ ମହାପାତ୍ର,ଯୁବ ସଭାପତି ରାଜେଶ ପାତ୍ର ଏବଂ ନଳିନୀକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version