ରଣପୁର ରାଜଉଆସକୁ ‘ମା’ ଖିଲାମୁଣ୍ଡା ଙ୍କ ଆଗମନ

୦୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ସୁଦୁର ଘଞ୍ଚ ଜଙ୍ଗଲ ରେ ରହୁଥିବା ରଣପୁର ରାଜ ପରିବାର ଓ ରଣପୁର ଗଡଜାତ ଅଂଚଳ ର ଅଧିଷ୍ଠାତ୍ରୀ ଦେବୀ ଭାବେ ମା ଖିଲାମୁଣ୍ଡା ପରିଚିତ । ରାଜ ରାଜୁଡା ଅମଳ ରୁ ମାଳ ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ ମା ଖିଲାମୁଣ୍ଡା ବର୍ଷରେ ୧୬ ଦିନ ପାଇଁ ରଣପୁର ରଜବାଟି ରେ ପୂଜା ପାଆନ୍ତି । ପରମ୍ପରା ଅନୁଯାୟୀ କାଠି ଯୋଗେ ଦେବୀ ଖିଲାମୁଣ୍ଡା ଖୁସିର ଲହରୀ ନେଇ ରଣପୁର ଗଡ ଅଭିମୁଖେ ଆସିଥାନ୍ତି ।

ରାଜ ନଅରରେ ପୂଜା ପାଇ ୧୬ ଦିନ ପରେ ପାରା ରେ ବସି ମାଳ ଅଞ୍ଚଳ କୁ ଫେରିଯିବାର ନୀତି ରହିଛି । ଶାରଦୀୟ ଦଶହରା ପୂଜା ପାଇଁ ମା ଖିଲାମୁଣ୍ଡା ଙ୍କୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଦ୍ୱିତୀୟା ଓଷା ଦିନ କାଠି ଯୋଗେ ଘଣ୍ଟ ଘଣ୍ଟା ନୈବେଦ୍ୟ ଅର୍ପଣ କରି ରାଜ ଉଆସକୁ ଅଣାଯାଇଛି । ଆଜି ଦ୍ୱିତୀୟା ଓଷା ତିଥି ପଡୁଥିବାରୁ ମା ଖିଲାମୁଣ୍ଡା ସୁଦୁର ଘଞ୍ଚ ଜଙ୍ଗଲ ରୁ ରାଜ ଉଆସ କୁ ଆସିଥିବା ଜଣାପଡିଛି ।

ସେଥିପାଇଁ ଘଞ୍ଚ ଜଙ୍ଗଲ ରାଆଁଳା , ସାନ ଚାକୁଣ୍ଡାଝର , ଭେଟବର ,ଧଁମଡା , କରଡାପଲ୍ଲା , ଡୁବୁରି ଗଡ , କଳାମାଟିଆ , ନୂଆ ନନ୍ଦପୁର , ନନ୍ଦପୁର , ଗାଁ ବାଣିକିଲୋ ଠାରୁ ବାଲମୁକୁଳି ଠାକୁରାଣୀ , ନୂଆଗାଁ , କଂସାରି ସାହି ଦେଇ ରାଜବାଟୀ ପର୍ଯ୍ୟନ୍ତ ସମସ୍ତ ଜାଗା ରେ ମାଙ୍କୁ ଭୋଗ ଲଗାଯାଇଥିଲା ।

ଏତଦ୍ ବ୍ୟତିତ ରଣପୁର ଅଂଚଳ ର ପୁରପଲ୍ଲୀ ରେ ମାଙ୍କ ପାଇଁ ଷୋଳ ପୂଜା ର ପ୍ରଥମ ପୂଜା ପାଇଁ ତତ୍ପର ହୋଇ ଉଠିଥିବା ବେଳେ ଆଜି ଠାରୁ ମାଆଙ୍କ ଦର୍ଶନ ଅଭିମୁଖେ ରାଜନଅର କୁ ଭକ୍ତ ଙ୍କ ସୁଅ ଛୁଟିଛି । ରାଜ ଉଆସ ରେ ମା ଖିଲାମୁଣ୍ଡା ଙ୍କ ଆସ୍ଥାନ ପ୍ରସ୍ତୁତ କରି ରାଜା ଦିଲ୍ଲୀପ ଚନ୍ଦ୍ର ସିଂଦେଓ ମା ଖିଲାମୁଣ୍ଡା ଙ୍କ ପୂଜାର୍ଚ୍ଚନା କରିଥିବା ଜଣା ଯାଇଛି ।

Exit mobile version