
୦୬ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଓଡ଼ଗାଁ ବ୍ଳକ୍ :-> ଆଜି ମାନ୍ୟବର ବିଧାୟକ ଡ଼.ଅରୁଣ କୁମାର ସାହୁଙ୍କ ଆହ୍ୱାନକ୍ରମେ, ୨ନଂଜୋନ ଜିଲ୍ଲାପରିଷଦ ତଥା ବିଜୁ ମହିଳା ଜନତା ଦଳ ଜିଲ୍ଲା ସଭାପତି ଶ୍ରୀମତୀ ବିରଜାଲକ୍ଷ୍ମୀ ସାହୁଙ୍କ ନେତୃତ୍ଵରେ ଓଡ଼ଗାଁ ବ୍ଳକ୍ ସ୍ଥିତ ସାକେରୀ ଗ୍ରାମପଞ୍ଚାୟତର ଶ୍ରୀଜଗନ୍ନାଥ ମନ୍ଦିରଠାରୁ କଣମରେଇ ସାହି ପର୍ଯ୍ୟନ୍ତ .
ଜନସମ୍ପର୍କ ପଦଯାତ୍ରାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ସହିତ ବିକଶିତ ବିକାଶର ବାର୍ତ୍ତା ପ୍ରତ୍ୟେକ ଗୃହରେ ପହଞ୍ଚାଇ କାର୍ଯ୍ୟକ୍ରମଟି ହଜାର ହଜାର ବିଜୁ ଜନତା ଦଳ ପରିବାରର ସଦସ୍ୟ ତଥା ପ୍ରେମି ମାନେ ଯୋଗଦେବା ସହିତ,
ବ୍ଲକ୍ ଅଧ୍ଯକ୍ଷ ଲୋକନାଥ ସାହୁ, ବ୍ଳକ୍ ସଭାପତି ସୂର୍ଯ୍ୟ ନାରାୟଣ ଚୌଧୁରୀ, ବିଜୁ ମହିଳା ଜନତା ଦଳ ବ୍ଲକ୍ ସଭାନେତ୍ରୀ ନିବେଦିତା ଦାଶ, ନିତ୍ୟାନନ୍ଦ ପ୍ରଧାନ ,ପୂର୍ବତନ ଜିଲ୍ଲାପରିଷଦ ବିଭୂପ୍ରସାଦ ସାହୁ,୧ନଂଜୋନ ଜିଲ୍ଲାପରିଷଦ ଝିଲି ପ୍ରଧାନ ,ସ୍ଥାନୀୟ ସରପଞ୍ଚ ଏବଂ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଯୋଗ ଦେଇଥିଲେ ।
