ରଣପୁରର ବିଭିର୍ଣ୍ଣ ଦୁର୍ଗମ ଅଂଚଳରେ ସେବା ଉତ୍ସବ : ଶତାଧିକ ଅସହାୟଙ୍କୁ ବସ୍ତ୍ର ଓ ମାସ୍କ ବଣ୍ଟନ – ରଣପୁର

ଓଡିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ବୁଧବାର ) ନୟାଗଡ଼ :- ଶତାଧିକ ଅସହାୟଙ୍କୁ ବସ୍ତ୍ର ଓ ମାସ୍କ ବଣ୍ଟନ ରଣପୁର ଜିଲ୍ଲାରେ ଗରିବ ଅସହାୟଙ୍କୁ ସହାୟତାର ହାତ ବଢାଇବା ସହ ଯୁବପିଢିଙ୍କୁ ସେବା ଧର୍ମରେ ବ୍ରତୀ କରିବା ପାଇଁ ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଗତ ଜୁଲାଇ ୧ ତାରିଖରୁ ନୟାଗଡ଼ ଜିଲ୍ଲାର ବିଭିର୍ଣ୍ଣ ସ୍ଥାନରେ ଜିଲ୍ଲା ବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହେଉଛି ଏହି କ୍ରମରେ ଆଜି ସେବା ଉତ୍ସବର ଅଷ୍ଟମ ଦିନରେ ରଣପୁର ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଶତାଧିକ ଅଭାବୀଙ୍କୁ ବସ୍ତ୍ର, ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି

ରଣପୁରର ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ଅଂଚଳ ବନ୍ଧମୁଣ୍ଡା ପଂଚାୟତର ରାଇପଡ଼l, ଖିଲାମଣ୍ଡି ସମେତ ରଣପୁର ଏନଏସିର ବହୁ ଅସହାୟ ଲୋକଙ୍କୁ ସେବା ସମିତି ପକ୍ଷରୁ ବସ୍ତ୍ର ଓ ମାସ୍କ ବଣ୍ଟନ କରାଯାଇଥିଲା ଏହି ଅବସରରେ ନିରୀହ ଆଦିବାସୀ ମାନଙ୍କୁ ମହାମାରୀ କରୋନାର ଭୟାବହତା ସମ୍ପର୍କରେ ଅବଗତ କରାଯିବା ସହ ମାସ୍କ ଓ ସାନିଟାଇଜର ର ବ୍ୟବହାର ନେଇ ସଚେତନତା କରାଯାଇଥିଲା

ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ, ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ, ଛାତ୍ରନେତା ଅଭିଶେକ ସାମନ୍ତରାୟ , ପ୍ରଦୀପ କୁମାର ରଣା, ରଶ୍ମିରଂଜନ ପରିଡ଼ା, ବନମାଳୀ ସାହୁ, କୃପାସିନ୍ଧୁ ବେହେରା, ପରମେଶ୍ୱର ସାହୁ, ତାରାପ୍ରସାଦ ପ୍ରଧାନ, ବିବେକାନନ୍ଦ ଯାନୀ, ମନୋରଞ୍ଜନ ମହାପାତ୍ର ପ୍ରମୁଖ ସାମିଲ ହୋଇ ଲୋକଙ୍କୁ ବସ୍ତ୍ର ଦାନ କରିଥିଲେ ଆଜି ଅଷ୍ଟମ ଦିନରେ ପହଂଚି ଥିବା ଏହି ଜିଲ୍ଲାବ୍ୟାପୀ ସେବା ଉତ୍ସବ ଆସନ୍ତା ଜୁଲାଇ ଦଶ ତାରିଖ ବାହାଡାଝୋଲା ଠାରେ ଉଦଯାପିତ ହେବ ବୋଲି ସେବା ଉତ୍ସବ ସମିତି ପକ୍ଷରୁ ସୂଚନା ଦିଆଯାଇଛି (ରିପୋର୍ଟ – ରାମ କୃଷ୍ଣ ରଥ)

Exit mobile version