ଜନ ସଚେତନତା ପାଇଁ ବ୍ଲକ ସ୍ତରୀୟ କଳାକାର ପ୍ରଶିକ୍ଷଣ ଶିବିର

୫ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ବ୍ଲକ ସ୍ତରୀୟ କଳାକାର ମାନଙ୍କୁ ନେଇଏକ ଦ୍ଵି ଦିବସୀୟ ପ୍ରଶିକ୍ଷଣ ଶିବିର ଚିଲିକା ବ୍ଲକ୍ ରେ ଆଜି ଠାରୁ ଆରମ୍ଭ ହୋଇଛି । ଜିଲ୍ଲା ସଂସ୍କୃତି ଭବନ ଠାରେ ଗତ ସେପ୍ଟେମ୍ବର ମାସରେ ପ୍ରଶିକ୍ଷଣ ନେଇଥିବା କଳାକାର ମାନେ ଏଠାରେ ସମ୍ଵଳ ପ୍ରଶିକ୍ଷକ ଭାବରେ ତାଲିମ ପ୍ରଦାନ କରୁଛନ୍ତି । ରାଜ୍ୟ ସରକାର ଙ୍କ ମମତା,ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା,ମିଶନ ଶକ୍ତି, ମାଗଣା, କ୍ରୃଷି ବୀମା,

ଆଦର୍ଶ ବିଦ୍ୟାଳୟ, ହରିଶ୍ଚନ୍ଦ୍ର ଯୋଜନା ଆଦି ଏଗାରଟି ଯୋଜନା ର ରୂପରେଖ ଉପରେ ବ୍ଲକ ର ଲୋକ କଳାକାର ଦଳ ଙ୍କ ମାଧ୍ୟମରେ ପ୍ରତି ପଞ୍ଚାୟତର ଜନ ସାଧାରଣ ଙ୍କ ପାଖରେ ପହଞ୍ଚାଇବା ଏହି ପ୍ରଶିକ୍ଷଣ ର ଆଭିମୁଖ୍ୟ । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ ରେ ଚିଲିକା ବ୍ଲକ୍ ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ଚିଲିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଗଦୀଶ ଷଡ଼ଙ୍ଗୀ । ଚିଲିକା ବ୍ଲକ୍ ସାମାଜିକ କଲ୍ୟାଣ ସଂପ୍ରସାରଣ ଅଧିକାରୀ ଙ୍କ ସନ୍ ଯୋଜନା ରେ ଏବଂ ବ୍ଲକ୍ ସାଂସ୍କୃତିକ ସଂଘ ର ସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ,

ପ୍ରାକ୍ତନ ସଭାପତି ରାମଚନ୍ଦ୍ର କର, ବିଭିନ୍ନ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ଗଣ ଏହି ଉଦ୍ଦେଶ୍ୟରେ କଳାକାର ମାନଙ୍କୁ ଉଦ୍ ବୋଧନ ଓ ମାର୍ଗ ଦର୍ଶନ ଦେଇ ସରକାର ଙ୍କ କାର୍ଯ୍ୟକ୍ରମ କୁ ପାଲା, ଦାସକାଠିଆ, ସଂକୀର୍ତ୍ତନ, ଦଣ୍ଡ ନ୍ରୃତ୍ୟ, ରାମଲୀଳା,କ୍ରୃଷ୍ନଲୀଳା ମାଧ୍ୟମରେ ସାଧାରଣ ଜନତାଙ୍କ ନିକଟରେ ପ୍ରଚାର ଓ ପ୍ରସାର କରିବାକୁ ସୂଚନା ଦେଇ ଥିଲେ। ଚିଲିକା ବ୍ଲକ୍ ର ୧୭ଟି ଗ୍ରାମ ପଞ୍ଚାୟତ ପାଇଁ ଆବଶ୍ୟକ ୩୪ଟି ଲୋକ କଳାକାର ଦଳଙ୍କ ମଧ୍ୟରୁ ଆଜି ୨୮ଟି ଦଳ ଏହି ପ୍ରଶିକ୍ଷଣ ରେ ଭାଗ ନେଇଛନ୍ତି ।

Exit mobile version