ପାଣି ପାଇଁ ଆନ୍ଦୋଳନ… 50 ଫୁଟ ଟାଙ୍କି ଉପରକୁ ଚଢି ଧାରଣା ଦେଇଛନ୍ତି ଦୁଇ ଜିଲ୍ଲା ପରିଷଦ ସଭ୍ଯା

୫ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ପାଣି ପାଣି ଆନ୍ଦୋଳନ.. ପିଇବା ପାଣି ମିଳୁନଥିବାରୁ ପାଣି ଟାଙ୍କି ଉପରେ ଚଢି ଅଭିନଵ ପ୍ରତିବାଦ କରୁଛନ୍ତି ଦୁଇ ଜିଲ୍ଲାପରିଷଦ । ଘଟଣା ଘଟିଛି ବଲାଙ୍ଗୀର ବେଲପଡା ବ୍ଲକ ରେ । ଦୀର୍ଘ ଦିନ ହେବ ନିର୍ମାଣ ହୋଇ ପାଣି ଟାଙ୍କି ଚାଲୁ ନଥିବାରୁ ଗତ ୨ ତାରିଖ ରୁ ଧୂମାଭଟା ଗାଁରେ ଧାରଣା ରେ ବସିଥିଲେ ବେଲପଡା ବ୍ଲକ ୨୬ ନମ୍ବର ଜିଲ୍ଲା ପରିଷଦ ଅନିମା ଦାସ । କିନ୍ତୁ ଏହାର କିଛି ସୁଫଳ ନ ମିଳିବାରୁ ଆଜି ଧୂମାଭଟା ଗାଁରେ ଥିବା ପାଣିଟାଙ୍କି ଉପରକୁ ଚଢି ଧାରଣା ଦେଇଛନ୍ତି ।

ପ୍ରାୟ ୫୦ ଫୁଟ ଉପର କୁ ଚଢି ଧାରଣା ଦେଇଥିବା ବେଳେ ଦାବି ପୂରଣ ନହେବା ପ୍ରଯ୍ୟନ୍ତ ତଳକୁ ଓଲ୍ହାଇ ବୁନି ଚେତାବନୀ ଦେଉଛନ୍ତି । ଘଟଣା ସ୍ଥଳ ରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପହଂଚି ବୁଝାସୁଝା କଲେ ବି ନିଜ ଜିତ ରେ ଅଡି ବସିଛନ୍ତି ଦୁଇ ଜିଲ୍ଲା ପରିଷଦ । ଅନିମା ଦାସ ଏବଂ୨୫ ନମ୍ବର ଜିଲ୍ଲା ପରିଷଦ ଶବ୍ଦ ମିର୍ଧା ମଧ୍ୟ୍ୟ ଟାଙ୍କି ଉପରକୁ ଚଢି ଆନ୍ଦୋଳନ କରୁଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

ଘଟଣା ସ୍ଥଳ ଏକଜୁକିଟିଭ୍ ଇଞ୍ଜିନିୟର ରୋପ୍ୟ ରଞ୍ଜନ ବେହେରା ,ଆସିଷ୍ଟାଣ୍ଟ ଇଞ୍ଜିନିୟର ଗଗନ କୁମାର ବାଗ ବେଲପଡ଼ା,ଆର୍ ଡବ୍ଲୁ ଏସ୍ଏସ୍ ଜେଇ ଦିବ୍ୟ ଲୋଚନ ମାଝୀ ଓ ସରିତା କୁଞ୍ଜଲ ଏବଂ ବେଲପଡ଼ା । ତହସିଲଦାର ପ୍ରଶାନ୍ତି ପ୍ରଧାନ ଓ ବେଲପଡ଼ା ଅଗ୍ନି ସମ ବିଭାଗ କର୍ମଚାରୀ ଧାରଣ ସ୍ଥଳ କୁ ପହଁଚି ବୁଝାମଣା କରିଥିଲେ । ଯାଥା ଶୀଘ୍ର ସମ୍ଭବ ପାନୀୟଜଳ ଯୋଗାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ପରେ ଧାରଣା ରୁ ଓହରି ଥିଲେ ।

Exit mobile version