ଶୌର୍ଯ୍ୟ ଜାଗରଣ ଯାତ୍ରା ଅନୁଷ୍ଠିତ

 ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ଗ୍ରାମରେ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ସୌର୍ଯ୍ୟ ଜାଗରଣ ଯାତ୍ରା ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ଜାଗରଣ ଦଳ କର୍ମୀ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରିଥିଲେ । ଜାଗରଣ ସୃଷ୍ଟି କରିବା ଏହି ଯାତ୍ରାର ଉଦ୍ଦେଶ୍ୟ ବୋଲି କାର୍ଯ୍ୟକତ୍ତା ମାନେ କରିଥିଲେ ।

ଏହି ଅବସରରେ ଶ୍ରୀରାମଙ୍କ ରଥକୁ ସ୍ବାଗତ କରାଯାଇଥିଲା । ରାଜା ଯୁବନାଶ ସୁନ୍ଦରାୟ ପାତ୍ର, ରାଜକୀୟ ପୁରେହିତ ଗୌରଚନ୍ଦ୍ର ମିଶ୍ର, ନିତାଇ ମିଶ୍ର, ଏବଂ ବଜରଙ୍ଗ ଦଳର ସେନାର ସଦସ୍ୟ ରଞ୍ଜନ କୁମାର ମିଶ୍ର, ପ୍ରବିତ୍ର ଦାସ , କୃଷ୍ଣ ଚନ୍ଦ୍ର ମିଶ୍ର ଓ ମନୋଜ ପାଇକ ସହ ଶହ ଶହ ସଦସ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ ।

ରାମଚନ୍ଦ୍ରଙ୍କ ରଥ ଆର,ଉଦୟଗିରିରେ ରାତ୍ର ଯାପନ ପରେ ସକାଳେ ନୁଆଗଡ, ଖଜୁରିପଦା, ବଡପଦା, ରାୟଗଡା ମଙ୍ଗରାଜପୁର, କଇଁପୁରୁ ଏବଂ ରାମଗିରି ନଗର ପରିକ୍ରମା ପରେ ବ୍ରହ୍ମପୁର ଥର ଚାଲିଜିବ ବୋଲି ସଦସ୍ୟ ପ୍ରବିତ୍ର ଦାସ କହିଛନ୍ତି ।

Exit mobile version