ପୁରୀ ଜଳସମ୍ପଦ ଡିଭିଜନରେ ସୂଚନା ଅଧିକାର ଆଇନରେ ମିଳୁନି ତଥ୍ୟ

୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପୁରୀ :-> ପୁରୀ ଜଳସମ୍ପଦ ଡିଭିଜନ ଅଧିନରେ ଥିବା ୪ଗୋଟି ସବ-ଡିଭିଜନ ଏବଂ ତା ଅଧିନରେ ଥିବା ବିଭିନ୍ନ ସେକ୍ସନରେ କୋଟି କୋଟି ଟଙ୍କାର ପ୍ରକଳ୍ପ ନାମରେ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ ହୋଇଛି । ଉକ୍ତ ଏକାଧିକ ଦୁର୍ନୀତି ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଯାଇଛି । କିନ୍ତୁ ଜଳସମ୍ପଦ ଡିଭିଜନ ପକ୍ଷରୁ ପ୍ରକଳ୍ପ ସମ୍ପର୍କରେ ତଥ୍ୟ ନ ଦେଇ ଏହାକୁ ଚାପିବା ପାଇଁ ଟାଳଟୁଲ ନୀତି ଅବଲମ୍ବନ କରାଯାଉଛି । ଜଳ ସମ୍ପଦ ଡିଭିଜନରେ ତଥ୍ୟ ନ ଦେବା ପାଇଁ କିଛି ଦୁର୍ନୀତି ସମ୍ପର୍ଣ୍ଣ ଯନ୍ତ୍ରୀ ଧରା ପଡିଯିବା ଭୟରେ ରୀତିମତ ଚାପ ପକାଉଛନ୍ତି ବୋଲି ବିଶ୍ୱସ୍ଥ ସୁତ୍ରରୁ ସୂଚନା ମିଳିଛି ।

ସୂଚନା ମୁତାବକ,ପୁରୀ ଜଳସମ୍ପଦ ଡିଭିଜନ ଅଧିନରେ ଥିବା ୪ଗୋଟି ସବ-ଡିଭିଜନ ଏବଂ ତା ଅଧିନରେ ଥିବା ବିଭିନ୍ନ ସେକ୍ସନରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଦୁର୍ନୀତି ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଜଣେ ଯନ୍ତ୍ରୀ ଗୋଟିଏ ଡିଭିଜନରେ ୩ବର୍ଷ ଏବଂ ଗୋଟିଏ ଜିଲ୍ଲାରେ ସର୍ବାଧିକ ୬ବର୍ଷ ରହିବାର ସରକାରୀ ନିୟମ ରହିଛି । କିନ୍ତୁ ପୁରୀ ଜଳ ସମ୍ପଦ ଡିଭିଜନ ଅଧିନରେ କାର୍ଯ୍ୟରତ କିଛି ଯନ୍ତ୍ରୀ କିଛି ଅଦୃଶ୍ୟ ଶକ୍ତିର ପ୍ରଭାବରେ ଉକ୍ତ ନିୟମକୁ ଫୁ କରି ଉଡାଇ ଦେଇଛନ୍ତି । ପୁରୀ ଜଳ ସମ୍ପଦ ଡିଭିଜନରେ ରାଜ୍ୟ ସରକାରଙ୍କ ୫ଟି ନୀତି ନିୟମକୁ କେବଳ କାଗଜପତ୍ରରେ ଲୋକ ଦେଖାଣିଆ ଭାବେ ସୀମିତ ରଖାଯାଇଛି ବୋଲି ଅଭିଯୋଗ ହୋଇଛି ।

ଯାହା ଫଳରେ କିଛି ଯନ୍ତ୍ରୀ ବଦଳି ନିୟମର ଖୋଲା ଉଲଂଘନ କରି ୮ବର୍ଷରୁ ନେଇ ୨୬ବର୍ଷ ପର୍ଯ୍ୟନ୍ତ ଗୋଟିଏ ଡିଭିଜନ ଅଧିନରେ କାର୍ଯ୍ୟ କରୁଛନ୍ତି । ଦୀର୍ଘ ବର୍ଷ ଧରି ସରକାରୀ ବଦଳି ନିୟମ ପୁରୀ ଡିଭିଜନରେ ଲାଗୁ ନ କରିବା ଯୋଗୁଁ ପରୋକ୍ଷରେ କିଛି ଯନ୍ତ୍ରୀ ଦୁର୍ନୀତିଗ୍ରସ୍ତ ହୋଇ କୋଟି କୋଟି ଟଙ୍କାର ସମ୍ପତି ଠୁଳ କରିଥିବାର ସୂଚନା ମିଳିଛି । ଉକ୍ତ ଦୁର୍ନୀତିକୁ ଲୋକଙ୍କ ସାମ୍ନାକୁ ଆଣିବାକ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଲେ ପରୋକ୍ଷରେ ଅଦୃଶ୍ୟ ଶକ୍ତି ବଳରେ ବଳିୟାନ ହୋଇ ଧରା ପଡିଯିବା ଭୟରେ ତଥ୍ୟ ଚାପିବାକୁ ଚେଷ୍ଟା କରୁଛନ୍ତି ବୋଲି ଜଣା ପଡିଛି ।

ଏଥିପାଇଁ ଉକ୍ତ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀମାନେ ବେଳେ ବେଳେ ରାଜନୈତିକ ବ୍ୟକ୍ତିଙ୍କ ସାହାରା ନେବାକୁ ପଛାଉ ନାହାନ୍ତି । ଏ ନେଇ ପୁରୀ ଜଳ ସମ୍ପଦ ଡିଭିଜନର ଅଧିକ୍ଷଣ ଯନ୍ତ୍ର ଅମିତ କୁମାର ସେଠଙ୍କ ନିକଟରେ ସୂଚନା ଅଧିକାର ଆଇନରେ ତଥ୍ୟ ଦେବା ସହ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ଜଣାଇଛନ୍ତି ।

Exit mobile version