କଟକ ବିଭିନ୍ନ ମନ୍ଦିରର ପୂଜକ ମାନେ ଜୀବିକା ହରାଇ ସରକାରୀ ସାହାଯ୍ୟ କୁ ଅପେକ୍ଷା

ଓଡିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ବୁଧବାର ) କଟକ :- କଟକ ସହର ବାଉନ ବଜାର ତେପନ ଗଳି , ଲକ୍ଷ ଲକ୍ଷ ଜଣ ସଂଖ୍ୟା କୁ ଅସଂଖ୍ୟ କୋଠା ବାଡ଼ି ଠାରୁ ଆରମ୍ଭ କରି ସରକାରୀ ଓ ଧନୀକ ବାବୁ ମାନଙ୍କ ସହର , ଏଠି ଅର୍ଥର ନାଇଁ ଅଭାବ, ଯିଏ ଯୋଉ ଉପାୟରେ ଅର୍ଥ ଉପାର୍ଜନ କରି ନିଜ ପରିବାର କୁ ଖୁସିରେ ରଖିବାକୁ ସମର୍ଥ, ହେଲେ ସମସ୍ତଙ୍କ ପାଇଁ ଭଗବାନ ଙ୍କ ପାଖରେ ଭୋଗ ଲାଗି କରି ନିଜର କୌଳିକ ବୃତ୍ତି ରେ ନିଜ ପରିବାର ପ୍ରତି ପୋଷଣ କରୁଥିବା ମନ୍ଦିର ପୂଜକ ଏବେ ଅଲୋଡ଼ା ହୋଇ ଯାଇଛନ୍ତି କୋଭିଡ ସଂକ୍ରମଣ ଲକ ଡାଉନ କାରଣରୁ, ସରକାର ସମସ୍ତ ଦେବାଳୟ କୁ ଲୋକଙ୍କୁ ଆସିବାକୁ ଲଗାଇ ଛନ୍ତି ରୋକ, ନିଜର ଯଜମାନଙ୍କ ଠାରୁ ଦକ୍ଷିଣା ଆକାରରେ ଯାହା ପ୍ରାପ୍ୟ ମିଳେ ସେଥିରେ ନିଜ ପରିବାର ପ୍ରତିପୋଷଣ କରନ୍ତି ।

ନିଜର କୌଳିକ ବୃତ୍ତି ହରାଇବା ପରେ ଏବେ ସେମାନଙ୍କ ପରିବାର ମୁହଁରେ ଆଉନାଇଁ ହସ, ପେଟର ଜ୍ୱାଳା ଏବେ ସେମାନଙ୍କ ପାଇଁ ହୋଇଛି ବଡ଼ ଦୁଃଖ, ନା ସରକାର ନା ଯଜମାନ କେହି ସେମାନଙ୍କ ପ୍ରତି ସହାୟତା ର ହାତ ବଢ଼ାଇଛନ୍ତି । ରାଜ୍ୟ ସରକାର ପୁରୀ ଜଗନ୍ନାଥ ମନ୍ଦିର ର ପୂଜକ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିବାବେଳେ ସତେ ଏମାନେ ଯେମିତି ସାବତ ପୁଅ ହୋଇ ଯାଇଛନ୍ତି ।

କଟକ ର ପ୍ରସିଦ୍ଧ ଚଣ୍ଡୀ ମନ୍ଦିର ପୂଜକ ଆଲୋକ କୁମାର ପଣ୍ଡା, ଗଡଗଡ଼େଶ୍ୱରଶିବ ମନ୍ଦିର ପୂଜକ ଦୁର୍ଗା ପ୍ରସାଦ ପଣ୍ଡା, କାଳିଆ ବୋଦା ଶ୍ୟାମା କାଳୀ ମଂଦିର ପୂଜକ ରାକେଶ ଶୁକ୍ଲା, ଖାନ ନଗର ପଞ୍ଚମୁଖୀ ହନୁମାନ ମନ୍ଦିର ପୂଜକ ମାନସ ଚନ୍ଦ୍ର ଦାଶ, ସୁନୀଲ କୁମାର ମିଶ୍ର, ରମେଶ ଚନ୍ଦ୍ର ଦାଶ ଶାଦୀନ ଆଚାର୍ଯ୍ୟ, କଟକ ସାଇ ମନ୍ଦିର ପୂଜକ ଆଲୋକ କୁମାର ଦାଶ, ଅଶୋକ କୁମାର ଜେନା, ଅମିତ ଜେନା ସମେତ ବହୁ ମନ୍ଦିର ପୂଜକ କୋଭିଡ ଲକ ଡାଉନ ଓ ସଟ ଡାଉନ ସମୟରେ ସରକାରୀ ସହାୟତା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଠାରେ ନିବେଦନ କରିଛନ୍ତି । (ରିପୋର୍ଟ – ଲଷ୍ମୀଧର ଖୁଣ୍ଟିଆ,ରଶ୍ମିତା ମହାପାତ୍ର)

Exit mobile version