ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ୍ମାନ ଭଵଃ ସ୍ବାସ୍ଥ୍ୟ ମେଳା

୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ସିକୋ :-> ବେଗୁନିଆ ବ୍ଲକ ଅନ୍ତର୍ଗତ  ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଶେଷରେ ଆୟୁଷ୍ମାନ ଭଵଃ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ସ୍ବାସ୍ଥ୍ୟ ମେଳା କୁ ବେଗୁନିଆ ବୋଲଗଡ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଉଦଘାଟନ କରିଥିଲେ। ବିଜେଡି ଜିଲ୍ଲା ପରିଷଦ ସଭ୍ୟ ତନୁଜା ପାଟ୍ଟଶାଣୀ ପଞ୍ଚାୟତ ବିଜେଡି ସଭାପତି ବିରଞ୍ଚି ମଙ୍ଗରାଜ ,

ପଞ୍ଚାୟତ ସରପଞ୍ଚ ପ୍ରମୋଦ ଦଳାଇ ଯୋଗ ଦେଇଥିଲେ। ଉକ୍ତ ସ୍ବାସ୍ଥ୍ୟ ମେଳା ରେ ବିଭିନ୍ନ ପଞ୍ଚାୟତ ରୁ ୭୦୫ ଜଣ ରୋଗୀ ଆସି ପଞ୍ଜିକରଣ କରି ବିଭିନ୍ନ ବିଭାଗରେ ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ନେଇଥିଲେ । ବୋତଲମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ଦେବାଶିଷ ଆଚାର୍ଯ୍ୟ ପୌରହିତରେ ଅନୁଷ୍ଠିତ ଏହି ମେଳାରେ ଜନ ସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଭାସିନୀ ପଣ୍ଡା ,

ବିପିଏମ୍ ଦିଲ୍ଲୀପ କୁମାର ସାହୁ, ସାନ୍ତୁନ କୁମାର ମହାନ୍ତି, ଡକ୍ଟର ଅନିତା ଲେଙ୍କା , ଡକ୍ଟର ସୁଜିତ୍ ତ୍ରିପାଠୀ, ଡକ୍ଟର ସ୍ମୃତିରଞ୍ଜନ ବଳିଆରସିଂହ, ଡକ୍ଟର ସମୀକ୍ଷା ଦେହୁରୀ , ଡକ୍ଟର ତପସ୍ଵିନୀ ବାଗ, ଉପେନ୍ଦ୍ର ନାୟକ, ପିତବାସ ମହାପାତ୍ର, ଜ୍ୟୋତିରାଜ ମାଳ ,

ଡକ୍ଟର ସନାତନ ମିଶ୍ର, ଡକ୍ଟର ରୋହିତ କୁମାର ସାହୁ ଓ ପୁରୁଷ ମହିଳା ସ୍ବାସ୍ଥ୍ୟ କର୍ମୀ ସମେତ ବୋତଲମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ମୃତ୍ୟୁ ବରଣ ପରେ ୫ ଜଣ ସ୍ଵଚ୍ଛା କୃତ ଅଙ୍ଗଦାନ କରିବେ ବୋଲି ପଞ୍ଜିକରଣ କରିଥିଲେ ।

Exit mobile version