ବେଲପଡ଼ା ରେ ମିଶନଇନ୍ଦ୍ରଧନୁଷ ସମ୍ପର୍କିତ କର୍ମଶାଳା

୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବଲାଙ୍ଗୀର :-> ପାଟଣାଗଡ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହରେ ୟୁନି ସେଫ୍ ର ସହାୟତାରେ ଗ୍ରାମର ପ୍ରଭାବ ଶାଳୀ ବ୍ଯକ୍ତି ଓ ସ୍ଵେଚ୍ଛାସେବୀ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ ରବିନ୍ଦ୍ର ମେହେର ଉଦ୍ଘାଟନ କରିଥିବା ବେଳେ ପି ଏଚ୍ ଇଓ ମଞ୍ଜୁଲତା ସେଠି ଓ ବି ପି ଏମ୍ ରଶ୍ମିରଞ୍ଜନ ପୁରୋହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

କର୍ମଶାଳା ରେ ବିଭିନ୍ନ ସବ ସେଣ୍ଟର ଗ୍ରାମର ପ୍ରଭାବ ଶାଳି ବ୍ଯକ୍ତି ଓ ସ୍ଵେଚ୍ଛାସେବୀ ୩୦ ଜଣ ଅଂଶଗ୍ରହଣ କରିଥିଲେ। ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସବ ସେଣ୍ଟର ସମସ୍ତ ଗାଁ ମାନଙ୍କରେ ୦ ରୁ ୫ ବର୍ଷ ର ସମସ୍ତ୍ ଶିଶୁ ,

ଗର୍ଭବତୀ ମହିଳା ମିଶନ ଇନ୍ଦ୍ରଧନୁଷ ଟିକା କରଣ କାର୍ଯକ୍ରମ ରେ ଟୀକା କରଣ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଟିକା ନେବାକୁ ଥିବା ଶିଶୁ ଟୀକା କରଣ କରିବା ପାଇଁ ଉକ୍ତ ସ୍ଵେଚ୍ଛାସେବୀ ମାନେ ପ୍ରବର୍ତ୍ତାଇବା ପାଇଁ ସହଯୋଗ କରିବେ ।

Exit mobile version