ପାଟ୍ଟଖଣ୍ଡା ଏଜେନ୍ସି ରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ମଧ୍ୟ ଭାଗ ରେ ଥିବା ପାଟ୍ଟଖଣ୍ଡା ସାହି ର ପାଟ୍ଟଖଣ୍ଡା ଏଜେନ୍ସି ଗୋଦାମ ରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ମଙ୍ଗଳବାର ସକାଳୁ ସକାଳୁ ଗୋଦାମ ଘର ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ସାହି ପଡିଶା ଲୋକେ ଖବର ଦେବା ପରେ ଗୋଦାମ ମାଲିକ ଅନନ୍ତ କୁମାର ଦାସ ଆସି ଦେଖିବା ବେଳକୁ ନିଆଁ ଅଣାୟତ ହୋଇଯାଇଥିଲା ।

ସଙ୍ଗେ ସଙ୍ଗେ ଦମକଳ ବାହିନୀ କୁ ଫୋନ କରିବା ପରେ ଦମକଳ ବାହିନୀ ପହଞ୍ଚି ଦୀର୍ଘ ତିନି ଘଣ୍ଟା ର କସରତ ପରେ ନିଆଁ କୁ ଆୟତ କରା ଯାଇଥିବା ବିଷୟ ଫାୟର ଅଫିସର ସୂର୍ଯ୍ୟ ନାରାୟଣ ଭୋଇ ପ୍ରକାଶ କରିଥିଲେ l ଉକ୍ତ ଗୋଦାମ ରେ ବିସ୍କେଟ୍ , ଚକୋଲେଟ ଓ ବିଭିନ୍ନ ଗ୍ରୋଷୋରି ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇ ଯାଇଥିବା ଜଣାପଡିଛି ।

Exit mobile version