ଜଟଣୀ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତି ପାଳିତ

୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ  :-> ଜଟଣୀ ପୌର ପରିଷଦ ପକ୍ଷରୁ ଗାନ୍ଧୀଜୀଙ୍କ ୧୫୪ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ପୌର ଅଧକ୍ଷ ଅନନ୍ତ ବେହେରା, ନିର୍ବାହୀ ଅଧିକାରୀ ଦିଲୀପ ମହାନ୍ତି ପ୍ରମୁଖ ଶତାଧିକ କର୍ମଚାରୀ, ବିଭିନ୍ନ ମହିଳା ସଙ୍ଗଠନ, ସ୍ଵୟଂ ସହାୟକ ଗୋଷ୍ଠୀ, କାଉନସିଲର ଗଣ ଏବଂ ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ରହେମତ ଟ୍ରଷ୍ଟ ର ସମାଜସେବୀ ମାନେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ପରେ ପରେ ଆୟୋଜିତ ଏକ ପଥପ୍ରାନ୍ତ ସଭାରେ ଗାନ୍ଧୀଜୀଙ୍କ ଜୀବନୀ ଉପରେ ଆଧାରିତ ଅହିଂସା ବାର୍ତ୍ତା ସମ୍ୱନ୍ଧରେ ସାମ୍ୟକ୍ ସୂଚନା ଦେବା ସହିତ ଜଟଣୀ ସହରକୁ ସବୁଜ,ସୁନ୍ଦର ଓ ସ୍ୱଚ୍ଛ ରଖିବା ପାଇଁ ଆହ୍ବାନ ଦେଇଥିଲେ ।

Exit mobile version