ଜଟଣୀ ୟୁଥ୍ ଫେଡରେସନ,ର ଗାନ୍ଧୀ ଜୟନ୍ତୀ ପାଳନ

୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଜଟଣୀର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ “ଜଟଣୀ ୟୁଥ୍ ଫେଡରେସନ୍”ସଭ୍ୟ ଓ ପ୍ରୟାସ ଶିକ୍ଷା ଅନୁଷ୍ଠାନର ଛାତ୍ର,ଛାତ୍ରୀ ମାନେ ମିଳିତ ଭାବେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ପହଞ୍ଚି ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।

ଏଥିରେ ଅନୁଷ୍ଠାନର ସମ୍ପାଦକ ଅନନ୍ତ ଶତପଥୀ, କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ମହାକୁଡ଼,ସାମ୍ବାଦିକ ଇଫତେଖାର୍ ଅଲ୍ଲୀ, ଅଧିବକ୍ତା ପ୍ରକାଶ ପାଟଶାଣି, ମନ ମୋହନ ରାଉତରାୟ,ରାମ ମାର୍ଥା,ସୁଧାଂଶୁ ଶେଖର ସାହୁ ପ୍ରମୁଖ ଯୋଗଦେଇ ଗାନ୍ଧୀଜୀଙ୍କ ଜୀବନ ଶୈଳୀ ଉପରେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ।

Exit mobile version